ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ
ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଙ୍ଗଲ ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ନୂତନ ଭାବେ ନବୀକରଣ ହୋଇଥିବା ଜଙ୍ଗଲର ସୁରକ୍ଷା, ତାର ବାଡ଼ ଚୋରି କିପରି ରୋକା ଯାଇପାରିବ, ଲଗାଯାଇଥିବା ଚାରା ଗୁଡିକ କିପରି ସୁରକ୍ଷିତ ରହିବେ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ସବୁଜିମା କିପରି ରଖିବା ସେ ନେଇ […] The post ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ appeared first on Dharitri Odia News.
ପାପଡ଼ାହାଣ୍ଡି,୧୬।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଫୋରେଷ୍ଟ ଅଧୀନ ବତାସର ପ୍ରସ୍ତାବିତ ଜଙ୍ଗଲରେ ଗୁରୁବାର ଜଙ୍ଗଲ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଙ୍ଗଲ ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ନୂତନ ଭାବେ ନବୀକରଣ ହୋଇଥିବା ଜଙ୍ଗଲର ସୁରକ୍ଷା, ତାର ବାଡ଼ ଚୋରି କିପରି ରୋକା ଯାଇପାରିବ, ଲଗାଯାଇଥିବା ଚାରା ଗୁଡିକ କିପରି ସୁରକ୍ଷିତ ରହିବେ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ସବୁଜିମା କିପରି ରଖିବା ସେ ନେଇ ଆଲୋଚନା କରାଯାଇଛି।
ବୈଠକରେ ଜଟାବାଲ ଫରେଷ୍ଟର ବିଷ୍ଣୁ ବିଷୋୟୀ ଓ ଫରେଷ୍ଟଗାର୍ଡ ସଦା ଶାନ୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାତାସର ଓ ଡକରିଭଟ୍ଟା ବନ ସୁରକ୍ଷା ସମିତି ସହ ଚେରଚେଟା, ଭୈସାଗୁମର ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ।
The post ଜଙ୍ଗଲ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ appeared first on Dharitri Odia News.