ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ଜିଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡ଼ିଆରେ ଛାଡ଼ିଯିବା ଜଗନ୍ନାଥଙ୍କ ପ୍ରତି ଘୋର ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଭଦ୍ରକ ଭାଜପା ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ଘେରାଉ କରାଯାଇଛି। ଗତ ଜାନୁଆରୀ ୨୫ରୁ ୨୯ ପର୍ଯ୍ୟନ୍ତ ୫ ଦିନ ଧରି ଭଦ୍ରକ ନେହେରୁ ଷ୍ଟାଡିୟମରେ ମହୋତ୍ସବ ଭଦ୍ରାୟଣୀ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥଙ୍କ ନିକଟରେ ଧୂପଦୀପ ଲଗାଇ ପ୍ରତ୍ୟେକ ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିଲା। ଏମ୍‌ପି, […] The post ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ appeared first on Dharitri Odia News.

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ଜିଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡ଼ିଆରେ ଛାଡ଼ିଯିବା ଜଗନ୍ନାଥଙ୍କ ପ୍ରତି ଘୋର ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଭଦ୍ରକ ଭାଜପା ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ଘେରାଉ କରାଯାଇଛି। ଗତ ଜାନୁଆରୀ ୨୫ରୁ ୨୯ ପର୍ଯ୍ୟନ୍ତ ୫ ଦିନ ଧରି ଭଦ୍ରକ ନେହେରୁ ଷ୍ଟାଡିୟମରେ ମହୋତ୍ସବ ଭଦ୍ରାୟଣୀ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥଙ୍କ ନିକଟରେ ଧୂପଦୀପ ଲଗାଇ ପ୍ରତ୍ୟେକ ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିଲା। ଏମ୍‌ପି, ବିଧାୟକଙ୍କ ସହ ଜିଲାପାଳ, ଏସ୍‌ପି ଓ ପ୍ରଶାସନିକ ଅଧିକାରୀମାନେ ମଞ୍ଚାସୀନ ହେଉଥିଲେ। ବଲିଉଡ୍‌ ଓ ଓଲିଉଡ୍‌ ସିଙ୍ଗରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଷ୍ଟାଡିୟମ ଫାଟି ପଡୁଥିଲା। କିନ୍ତୁ ମହୋତ୍ସବ ପରେ ଜଗନ୍ନାଥଙ୍କୁ ଭୁଲିଯିବା ଦୁଃଖ ପରିତାପ ତଥା ନିନ୍ଦାର ବିଷୟ ବୋଲି ଭାଜପା ନେତାମାନେ କହିଛନ୍ତି। ଏହି ଘଟଣା ଜଗନ୍ନାଥ ପ୍ରେମୀମାନଙ୍କୁ ବ୍ୟଥିତ କରିଛି। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ନେତାମାନେ ଦାବି କରିଛନ୍ତି l ଭାଜପା ନେତା ଡ ପ୍ରଦୀପ କୁମାର ନାୟକ, ବଦ୍ରିନାରାୟଣ ଧଳ, ସୀତାଂଶୁ ମହାପାତ୍ର, ଜଗନ୍ନାଥ ଦାଶ, ଦେବାଂଶୁ ରାଉତ, ସନ୍ତୋଷ ସାହୁ, ଶ୍ରାବଣୀ ମଲ୍ଲିକ, ସୁମିତ୍ରା ପାଣିଙ୍କ ସମେତ ନେତା ଓ କର୍ମୀମାନେ ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି l

The post ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ appeared first on Dharitri Odia News.