ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ହେଲେ ମଧ୍ୟାହ୍ନରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁରବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେପଛେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସୁଥିବା ବେଳେ ପଛରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହେଉଛି। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ […] The post ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ appeared first on Dharitri Odia News.

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ହେଲେ ମଧ୍ୟାହ୍ନରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁରବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେପଛେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସୁଥିବା ବେଳେ ପଛରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାହେଉଛି।

ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା ହେଉଛି। ଏନେଇ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେତିନିରଥ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା।

The post ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ appeared first on Dharitri Odia News.