ଗଠନ ହେଲା ଓଡ଼ିଶା ଆଇନ କମିଶନ, ଜଷ୍ଟିସ ବିଶ୍ବନାଥ ରଥ ହେଲେ ଲ’ କମିଶନ ଅଧ୍ୟକ୍ଷ

ଭୁବନେଶ୍ବର : ଆଇନ କମିଶନ ଗଠନ କଲେ ରାଜ୍ୟ ସରକାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ ହୋଇଛି। ଓଡ଼ିଶା ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି। କମିଶନରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର ସଦସ୍ୟ ରହିଛନ୍ତି । ସେହିପରି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଆଇନ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିଛନ୍ତି। କମିଶନଙ୍କ ସଚିବ ମଧ୍ୟ ଏଥିର […]

ଗଠନ ହେଲା ଓଡ଼ିଶା ଆଇନ କମିଶନ, ଜଷ୍ଟିସ ବିଶ୍ବନାଥ ରଥ ହେଲେ ଲ’ କମିଶନ ଅଧ୍ୟକ୍ଷ
Odisha Govt Constitutes Law Commission

ଭୁବନେଶ୍ବର : ଆଇନ କମିଶନ ଗଠନ କଲେ ରାଜ୍ୟ ସରକାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ ହୋଇଛି। ଓଡ଼ିଶା ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି।

7e803412 c094 47ea 8af4 3a3de93a891c

କମିଶନରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର ସଦସ୍ୟ ରହିଛନ୍ତି । ସେହିପରି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଆଇନ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିଛନ୍ତି। କମିଶନଙ୍କ ସଚିବ ମଧ୍ୟ ଏଥିର ସଦସ୍ୟ ରହିବେ । ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।