ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା

ଭୁବନେଶ୍ବର : ବର୍ତ୍ତମାନ ପରିସ୍ଥିତିରେ କୋଠା ବାଡ଼ି ନିର୍ମାଣକାରୀ ଜମି ମାଲିକ ଏବଂ ଗୃହ କ୍ରେତାମାନଙ୍କ ସମସ୍ୟା ବଢ଼ିଚାଲିଛି । ଏହି ସମୟରେ ରିଅଲ ଇଷ୍ଟେଟ ଅଥରିଟି ଓ ଅପିଲ ପ୍ରାଧିକରଣ ଓଡିଶାରେ ଖୋଲି ଥିଲେ ମଧ୍ୟ ଏ ସମ୍ପର୍କରେ ଓକିଲାତି କରୁଥିବା  ଓକିଲ ମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସଂଘ ନଥିଲା । ତେଣୁ ରିଅଲ ଇଷ୍ଟେଟ ସମ୍ପର୍କିତ ମକଦ୍ଦମା ଲଢୁଥିବା ପ୍ରାୟ ପଚାଶରୁ ଊର୍ଦ୍ଧ୍ବ ଓକିଲଙ୍କୁ ନେଇ ଆଜି ଭୁବନେଶ୍ୱର ପାନ୍ଥ ନିବାସ ଠାରେ ଏକ […] The post ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା appeared first on KNews Odisha.

ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା
ROCKEY

ଭୁବନେଶ୍ବର : ବର୍ତ୍ତମାନ ପରିସ୍ଥିତିରେ କୋଠା ବାଡ଼ି ନିର୍ମାଣକାରୀ ଜମି ମାଲିକ ଏବଂ ଗୃହ କ୍ରେତାମାନଙ୍କ ସମସ୍ୟା ବଢ଼ିଚାଲିଛି । ଏହି ସମୟରେ ରିଅଲ ଇଷ୍ଟେଟ ଅଥରିଟି ଓ ଅପିଲ ପ୍ରାଧିକରଣ ଓଡିଶାରେ ଖୋଲି ଥିଲେ ମଧ୍ୟ ଏ ସମ୍ପର୍କରେ ଓକିଲାତି କରୁଥିବା  ଓକିଲ ମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସଂଘ ନଥିଲା । ତେଣୁ ରିଅଲ ଇଷ୍ଟେଟ ସମ୍ପର୍କିତ ମକଦ୍ଦମା ଲଢୁଥିବା ପ୍ରାୟ ପଚାଶରୁ ଊର୍ଦ୍ଧ୍ବ ଓକିଲଙ୍କୁ ନେଇ ଆଜି ଭୁବନେଶ୍ୱର ପାନ୍ଥ ନିବାସ ଠାରେ ଏକ ବୈଠକ ଡକା ଯାଇଥିଲା। ଏହି  ବୈଠକରେ ଆନୁଷ୍ଠାନିକ ଭାବେ ଏକ ଓକିଲ ସଂଘ ଗଠନ କରାଗଲା ଯାହାର ନାଁ “ରିଅଲ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା” ରହିଛି ।

ଏହି କ୍ଷେତ୍ରରେ ସକ୍ରିୟ ଆଇନଗତ କାର୍ଯ୍ୟଧାରା କରିବାକୁ ବାର୍ ଆସୋସିଏସନର ଏକ ବାଇ-ଲ ’ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଉପସ୍ଥିତ ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରିଛନ୍ତି। ଏଥିରେ ସଭାପତି ଭାବେ ସୂର୍ଯ୍ୟ ନାରାୟଣ ଦାସ,  ଉପ-ସଭାପତି ଶୀଳଭଦ୍ର ଶାସ୍ତ୍ରୀ ଓ ସନାତନ ପାଣି ରହିଛନ୍ତି ।  ସାଧାରଣ ସମ୍ପାଦକ ଚନ୍ଦନ କୁମାର ମହାନ୍ତି,  ଯୁଗ୍ମ ସମ୍ପାଦକ ବିଶ୍ୱରଂଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ କୈଳାସ ଚନ୍ଦ୍ର ପୃଷ୍ଟି ମନୋନୀତ ହୋଇଛନ୍ତି । କାର୍ଯ୍ୟନିର୍ବାହୀ ସଦସ୍ୟ  ଅଛନ୍ତି, ଦୁର୍ଗା ମାଧବ ମିଶ୍ର, ପ୍ରଦୀପ ଦାସ ମହାପାତ୍ର, ସୋନାଲି ମହାପାତ୍ର ଏବଂ ପ୍ରଣୟ ସାହୋ ଓ ଅଭିଷେକ ପଟ୍ଟନାୟକ ।

The post ଗଠନ ହେଲା ରିଏଲ୍ ଇଷ୍ଟେଟ୍ ବାର୍ ଆସୋସିଏସନ୍, ଓଡିଶା appeared first on KNews Odisha.