ଗଡିଲା ଶ୍ରମିକ ସଚେତନତା ରଥ
ଭଦ୍ରକ, ୭।୨(ସନାତନ ରାଉତ): ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲା ପ୍ରଶାସନ ଭଦ୍ରକ ଏବଂ ଜିଲା ଶ୍ରମ କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ପ୍ରବାସୀ ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ସଚେତନତା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କରାଯାଇଛିl ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଭଦ୍ରକ ଜିଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳଗୁଡିକୁ ପ୍ରେରଣ ନିମନ୍ତେ ଶୁଭାରମ୍ଭ କରାଯାଇଛି। […] The post ଗଡିଲା ଶ୍ରମିକ ସଚେତନତା ରଥ appeared first on Dharitri Odia News.
ଭଦ୍ରକ, ୭।୨(ସନାତନ ରାଉତ): ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲା ପ୍ରଶାସନ ଭଦ୍ରକ ଏବଂ ଜିଲା ଶ୍ରମ କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ପ୍ରବାସୀ ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ସଚେତନତା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କରାଯାଇଛିl ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଭଦ୍ରକ ଜିଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳଗୁଡିକୁ ପ୍ରେରଣ ନିମନ୍ତେ ଶୁଭାରମ୍ଭ କରାଯାଇଛି।
ଏହି ସଚେତନତା କାର୍ଯ୍ୟକ୍ରମ ମାସ ବ୍ୟାପି ଚାଲୁ ରହିବ। ଉକ୍ତ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ,ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ମୂଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ସଚ୍ଚିଦାନନ୍ଦ ଜେନା,ଜିଲାଶ୍ରମ ଅଧିକାରୀ, ପ୍ରେମ ମଞ୍ଜରୀ ନାୟକ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ,ଜିଲା ଶିଶୁ ଅଧିକାରୀ ଅବିନାଶ ମହାନ୍ତି ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଯାଇଛି l
The post ଗଡିଲା ଶ୍ରମିକ ସଚେତନତା ରଥ appeared first on Dharitri Odia News.