ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶବାସୀକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ନମସ୍କାର। ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଯେତେବେଳେ ମୁଁ ପଛକୁ ଚାହିଁ ଦେଖିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମେ କେତେ ଲମ୍ବା ଯାତ୍ରା କରିଛନ୍ତି, ସେତେବେଳେ ମୋର ହୃଦୟ ଗର୍ବରେ ପୂରି ଉଠେ। ସେ କହିଛନ୍ତି, ଆମ ଦେଶ ସ୍ବାଧୀନତାର ଶତାବ୍ଦୀ ଆଡକୁ […] The post ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀକୁ ସମ୍ବୋଧିତ କଲେ ରାଷ୍ଟ୍ରପତି appeared first on Dharitri Odia News.

ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶବାସୀକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ନମସ୍କାର। ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଯେତେବେଳେ ମୁଁ ପଛକୁ ଚାହିଁ ଦେଖିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆମେ କେତେ ଲମ୍ବା ଯାତ୍ରା କରିଛନ୍ତି, ସେତେବେଳେ ମୋର ହୃଦୟ ଗର୍ବରେ ପୂରି ଉଠେ।

ସେ କହିଛନ୍ତି, ଆମ ଦେଶ ସ୍ବାଧୀନତାର ଶତାବ୍ଦୀ ଆଡକୁ ଗତି କରୁଛି। ଏହା ଏକ ବୈପ୍ଳବିକ ପରିବର୍ତ୍ତନର ଅବଧି। ଆମ ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି। ଆମର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିବି ଯେ ସମ୍ବିଧାନରେ ଅନ୍ତର୍ଭୁକ୍ତ ଆମର ମୌଳିକ କର୍ତ୍ତବ୍ୟ ପାଳନ କରନ୍ତୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବା ବେଳକୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଏହି କର୍ତ୍ତବ୍ୟ ପ୍ରତ୍ୟେକ ନାଗରିକଙ୍କ ଅତ୍ୟାବଶ୍ୟକ ଦାୟିତ୍ୱ ଅଟେ।

 

The post ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀକୁ ସମ୍ବୋଧିତ କଲେ ରାଷ୍ଟ୍ରପତି appeared first on Dharitri Odia News.