ଗଣତନ୍ତ୍ର ଦିବସ ୨୦୨୫ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କେଉଁଠି ରହିଲା ଭୁଲ୍
ଭୁବନେଶ୍ୱର,୨।୧: ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ […] The post ଗଣତନ୍ତ୍ର ଦିବସ ୨୦୨୫ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କେଉଁଠି ରହିଲା ଭୁଲ୍ appeared first on Dharitri Odia News.
ଭୁବନେଶ୍ୱର,୨।୧: ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ତେବେ ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ‘ଭାରତ ପର୍ବ’ ଗଣତନ୍ତ୍ର ଦିବସ ପାଳନ କରିବାର ଏକ ଅଂଶ।
ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଦାଦ୍ରା ନଗର ହାଭେଲି ଏବଂ ଡାମନ ଏବଂ ଡିୟୁ ଏବଂ ଚଣ୍ଡିଗଡ଼ର ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢ଼ ଚୟନ କରାଯାଇଛି। ଏ ସମସ୍ତେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରନ୍ତୁ।
The post ଗଣତନ୍ତ୍ର ଦିବସ ୨୦୨୫ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କେଉଁଠି ରହିଲା ଭୁଲ୍ appeared first on Dharitri Odia News.