ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୮।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ନମ୍ବର ବିହୀନ ବାଇକ୍‌ରେ ଦୁଇଜଣ ଯୁବକ ହେଲମେଟ୍‌ ପିନ୍ଧି ଗ୍ରାହକ ସେବାକେନ୍ଦ୍ରରେ ନିକଟରେ ପହଞ୍ଚି ଥିଲେ। ପରେ ସେମାନେ ସେବାକେନ୍ଦ୍ର ଭିତରକୁ ପଶି ଯାଇଥିଲେ। ସେଠାରେ ସେମାନେ ଧରିଥିବା ବନ୍ଧୁକ ବାହାର […] The post ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୮।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଏକ ନମ୍ବର ବିହୀନ ବାଇକ୍‌ରେ ଦୁଇଜଣ ଯୁବକ ହେଲମେଟ୍‌ ପିନ୍ଧି ଗ୍ରାହକ ସେବାକେନ୍ଦ୍ରରେ ନିକଟରେ ପହଞ୍ଚି ଥିଲେ। ପରେ ସେମାନେ ସେବାକେନ୍ଦ୍ର ଭିତରକୁ ପଶି ଯାଇଥିଲେ। ସେଠାରେ ସେମାନେ ଧରିଥିବା ବନ୍ଧୁକ ବାହାର କରି ଅନିଲଙ୍କ ମୁଣ୍ଡରେ ଲଗାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରି କି ସେମାନେ କେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।

The post ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.