ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, କହିଲେ- ଦେଶର ବିକାଶରେ ଓଡିଶାର ଗୁରୁତ୍ଵପୂର୍ଣ୍ଣ ଭୁମିକା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ।  ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି.  ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି  ଅହିଂସା ନ୍ୟାୟ  ଓ  ସମତା  ଓ  ବିକାଶ ର ରାସ୍ତାରେ ଆମେ ଚାଲୁଛୁ। ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ  ଗୁରୁତ୍ବପୁର୍ଣ ଭୂମିକା ରହିଛି। Also read- ମହାନଦୀ ବ୍ରିଜ୍‌ରୁ ଡେଇଁଲେ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ଲୋକ ସେ କହିଛନ୍ତି, ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର  ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ  ଅନ୍ୟ ମାନଙ୍କ ଆଦର୍ଶ ହୋଇଛି। ମହାପ୍ରଭୁ  ଜଗନ୍ନାଥ  ଓଡ଼ିଆ  ଜାତିର  ଶ୍ରେଷ୍ଠ  ପରିଚୟ । ତାଙ୍କ  ଇଚ୍ଛାରେ ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ସମ୍ପୂର୍ଣ୍ଣ  ହୋଇଛି । ସମଲେଇ  ପ୍ରକଳ୍ପ ମଧ୍ୟ ଖୁବ୍  ଶୀଘ୍ର  ଲୋକାର୍ପିତ  ହେବାକୁ  ଯାଉଛି । ଆମର  କୀର୍ତ୍ତି  ହେଉଛି  ଆମ  ସ୍ୱାଭିମାନ  ଓ  ଅସ୍ମିତାର ପରିଚୟ । ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍

ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, କହିଲେ- ଦେଶର ବିକାଶରେ ଓଡିଶାର ଗୁରୁତ୍ଵପୂର୍ଣ୍ଣ ଭୁମିକା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ।  ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି.  ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି  ଅହିଂସା ନ୍ୟାୟ  ଓ  ସମତା  ଓ  ବିକାଶ ର ରାସ୍ତାରେ ଆମେ ଚାଲୁଛୁ। ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ  ଗୁରୁତ୍ବପୁର୍ଣ ଭୂମିକା ରହିଛି।

Also read- ମହାନଦୀ ବ୍ରିଜ୍‌ରୁ ଡେଇଁଲେ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ଲୋକ

ସେ କହିଛନ୍ତି, ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର  ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ  ଅନ୍ୟ ମାନଙ୍କ ଆଦର୍ଶ ହୋଇଛି। ମହାପ୍ରଭୁ  ଜଗନ୍ନାଥ  ଓଡ଼ିଆ  ଜାତିର  ଶ୍ରେଷ୍ଠ  ପରିଚୟ । ତାଙ୍କ  ଇଚ୍ଛାରେ ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ସମ୍ପୂର୍ଣ୍ଣ  ହୋଇଛି । ସମଲେଇ  ପ୍ରକଳ୍ପ ମଧ୍ୟ ଖୁବ୍  ଶୀଘ୍ର  ଲୋକାର୍ପିତ  ହେବାକୁ  ଯାଉଛି । ଆମର  କୀର୍ତ୍ତି  ହେଉଛି  ଆମ  ସ୍ୱାଭିମାନ  ଓ  ଅସ୍ମିତାର ପରିଚୟ । ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଓଡ଼ିଶାର ଅର୍ଥନୈତିକ ବିକାଶ ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ଗରିବୀ କମ କରିବାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି । ନୀତି ଆୟୋଗ ରିପୋର୍ଟ କହୁଛି ଗତ ନଅ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବୀରୁ  ମୁକ୍ତ  ହୋଇଛନ୍ତି ।ଆମର 5T  ନୀତି ଯୋଗୁ ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ଆସିଛି। ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି ।  ଶିକ୍ଷା  ଠାରୁ  ଆରମ୍ଭ  କରି   ସ୍ଵାସ୍ଥ୍ୟ,   ଯୋଗାଯୋଗ,  ଜଳସେଚନ,  ପରିବହନ, କ୍ରୀଡ଼ା ସବୁ  କ୍ଷେତ୍ରରେ  ରୂପାନ୍ତର  ଓଡ଼ିଶାର  ବିକାଶକୁ  ଉଜ୍ଜ୍ବଳ  କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

The post ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, କହିଲେ- ଦେଶର ବିକାଶରେ ଓଡିଶାର ଗୁରୁତ୍ଵପୂର୍ଣ୍ଣ ଭୁମିକା appeared first on Prameya News7.