ଗଣେଶ ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ିଯାଇ ଛାତ୍ର ମୃତ
ଜଗତସିଂହପୁର: ଗଣେଶ ବିସର୍ଜନ ବେଳେ ଅଘଟଣ। ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତିର୍ତ୍ତୋଲର ନିଶାମଣି ସାରଣୀ ସ୍ଥିତ ଏକ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣେଶ ପୂଜା କରାଯାଇଥିଲା। ସୋମବାର କିଛି ଛାତ୍ର ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀରେ ତିନିଜଣଙ୍କ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତ ଛାତ୍ର ହେଲେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କ ପୁଅ ରିତେଶ ସ୍ୱାଇଁ । ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ଗୁରୁତର ଛାତ୍ର ହେଲେ ଭରାଳ ଗ୍ରାମର ଅକ୍ଷୟ କୁମାର ବାରିକଙ୍କ ପୁଅ ଏସ ରବି କିରଣ। ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଜଗତସିଂହପୁର: ଗଣେଶ ବିସର୍ଜନ ବେଳେ ଅଘଟଣ। ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତିର୍ତ୍ତୋଲର ନିଶାମଣି ସାରଣୀ ସ୍ଥିତ ଏକ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣେଶ ପୂଜା କରାଯାଇଥିଲା। ସୋମବାର କିଛି ଛାତ୍ର ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀରେ ତିନିଜଣଙ୍କ ଗୋଡ ଖସିଯାଇଥିଲା।
ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମୃତ ଛାତ୍ର ହେଲେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କ ପୁଅ ରିତେଶ ସ୍ୱାଇଁ । ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ଗୁରୁତର ଛାତ୍ର ହେଲେ ଭରାଳ ଗ୍ରାମର ଅକ୍ଷୟ କୁମାର ବାରିକଙ୍କ ପୁଅ ଏସ ରବି କିରଣ। ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।