ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ଗଜାନନଙ୍କୁ ବି ଛାଡିଲେନି

ମହାରାଷ୍ଟ୍ର ୧୮/୦୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହିଂସା । ଗଜାନନଙ୍କୁ ବି ଛାଡିଲେନି ଲୋକେ । ଶେଷରେ ଭଗବାନଙ୍କ ଉପରକୁ ବି ହେଲା ପଥର ମାଡ଼ । ଫଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଲାଠିଚାର୍ଜ କରିଛି । ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ୱଣ୍ଡିରେ ଘଟିଛି ଏଭଳି କିଛି ହିଂସାକାଣ୍ଡ । ମଙ୍ଗଳବାର ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ୱଣ୍ଡିରେ ଗଣେଶ ବିଜର୍ସନ କାର୍ଯ୍ୟକ୍ରମ ଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଧ୍ୟ ମୋହନଲା କମିଟି ଏବଂ ପୁଲିସ ବଞ୍ଜାରପାଟୀ ଛକରେ ଥିବା ହିନ୍ଦୁସ୍ତାନୀ ମସଜିଦ ବାହାରେ ଏକ ମଣ୍ଡପ ନିର୍ମାଣ କରି ଗଣେଶ ମଣ୍ଡଳକୁ ସ୍ୱାଗତ କରୁଥିଲେ।ତେବେ ରାତି ୧୨ଟା ବେଳେ ଭଗବାନ ଗଣେଶଙ୍କୁ ଘୁଙ୍ଗହାଟ ନାଗରରୁ କାମୱାରୀ ନଦୀକୁ ବିସର୍ଜନ ପାଇଁ ନିଆଯାଉଥିଲା । ଯେତେବେଳେ ଗଣେଶଙ୍କର ମୂର୍ତ୍ତି ବଞ୍ଜାରପାଟୀ ଛକ ଦେଇ ଯାଉଥିଲା । ତେବେ ଏତିକିବେଳେ ସୁମିବାକୁ ମିଳିଥିଲା କି, କିଛି ପୁଅ ହିନ୍ଦୁସ୍ତାନୀ ମସଜିଦ ନିକଟରେ ଥିବା ପ୍ରତିମା ଉପରେ ପଥର ମାଡ଼ କରିଛନ୍ତି । ଏଥିଯୋଗୁ ମୂର୍ତ୍ତି ଭାଙ୍ଗିଯାଇଥିବା ମଧ୍ୟ କୁହାଯାଇଥିଲା। ଏହାକୁ ନେଇ ମଣ୍ଡଳ ଲୋକେ ଜୟ ଶ୍ରୀରାମ ନାରା ଦେଇ ହଙ୍ଗାମା ଆରମ୍ଭ କରିଥିଲେ । ଏହାପରେ ମସ୍‌ଜିଦ୍‌ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ କରିଥିଲା । ଏଥ

ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ଗଜାନନଙ୍କୁ ବି ଛାଡିଲେନି

ମହାରାଷ୍ଟ୍ର ୧୮/୦୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ହିଂସା । ଗଜାନନଙ୍କୁ ବି ଛାଡିଲେନି ଲୋକେ । ଶେଷରେ ଭଗବାନଙ୍କ ଉପରକୁ ବି ହେଲା ପଥର ମାଡ଼ । ଫଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଲାଠିଚାର୍ଜ କରିଛି । ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ୱଣ୍ଡିରେ ଘଟିଛି ଏଭଳି କିଛି ହିଂସାକାଣ୍ଡ । 

ମଙ୍ଗଳବାର ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ୱଣ୍ଡିରେ ଗଣେଶ ବିଜର୍ସନ କାର୍ଯ୍ୟକ୍ରମ ଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଧ୍ୟ ମୋହନଲା କମିଟି ଏବଂ ପୁଲିସ ବଞ୍ଜାରପାଟୀ ଛକରେ ଥିବା ହିନ୍ଦୁସ୍ତାନୀ ମସଜିଦ ବାହାରେ ଏକ ମଣ୍ଡପ ନିର୍ମାଣ କରି ଗଣେଶ ମଣ୍ଡଳକୁ ସ୍ୱାଗତ କରୁଥିଲେ।

ତେବେ ରାତି ୧୨ଟା ବେଳେ ଭଗବାନ ଗଣେଶଙ୍କୁ ଘୁଙ୍ଗହାଟ ନାଗରରୁ କାମୱାରୀ ନଦୀକୁ ବିସର୍ଜନ ପାଇଁ ନିଆଯାଉଥିଲା । ଯେତେବେଳେ ଗଣେଶଙ୍କର ମୂର୍ତ୍ତି ବଞ୍ଜାରପାଟୀ ଛକ ଦେଇ ଯାଉଥିଲା । ତେବେ ଏତିକିବେଳେ ସୁମିବାକୁ ମିଳିଥିଲା କି, କିଛି ପୁଅ ହିନ୍ଦୁସ୍ତାନୀ ମସଜିଦ ନିକଟରେ ଥିବା ପ୍ରତିମା ଉପରେ ପଥର ମାଡ଼ କରିଛନ୍ତି । ଏଥିଯୋଗୁ ମୂର୍ତ୍ତି ଭାଙ୍ଗିଯାଇଥିବା ମଧ୍ୟ କୁହାଯାଇଥିଲା। 

ଏହାକୁ ନେଇ ମଣ୍ଡଳ ଲୋକେ ଜୟ ଶ୍ରୀରାମ ନାରା ଦେଇ ହଙ୍ଗାମା ଆରମ୍ଭ କରିଥିଲେ । ଏହାପରେ ମସ୍‌ଜିଦ୍‌ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ କରିଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ସେହିପରି ରାଜସ୍ଥାନର ବାଂରା ଜିଲ୍ଲାରେ ମଧ୍ୟ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ହୋଇଥିଲା। 

ବଞ୍ଜାରା ଓ ଗଜ୍ଜର ସମାଜର ଲୋକେ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୩ ଜଣ ଆହତ ହୋଇଛନ୍ତି। ଲୋକେ ରାଗରେ ଦୁଇଟି ବାଇକ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲା। ଏହାପରେ ମାମଲା ଶାନ୍ତି ହୋଇଥିଲା।