ବ୍ରାଜିଲ୍‌ରେ ଅଘଟଣ ; ହଟ୍ ଏୟାର ବେଲୁନ୍‌ରେ ଲାଗିଲା ନିଆଁ, ଚାଲିଗଲା ୮ ଜୀବନ

ନୂଆଦିଲ୍ଲୀ ୨୨।୦୬; ବ୍ରାଜିଲରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଦେଖିବାକୁ ମିଳିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ହଟ୍‌ ଏୟାର ବେଲୁନଟି ମଝି ଆକାଶରେ ନିଆଁ ଲାଗିଯାଇଥିଲା। ଏହି ବେଲୁନରେ ମୋଟ ୨୧ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯେତେବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ହଟ୍‌ ଏୟାର ବେଲୁନଟି ୨୧ ଜଣଙ୍କ ଗ୍ରୁପ୍‌ ସହିତ ଆକାଶରେ ଉଡ଼ିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଗଣମାଧ୍ୟମ ଏହି ଦୁର୍ଘଟଣାର ଭିଡିଓ ଜାରି କରିଛି। ଯେଉଁଥିରେ ବେଲୁନଟି ନିଆଁରେ ବୁଡ଼ି ରହିଥିବାର ଦେଖାଯାଉଛି। ଘଟଣା ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଜରୁରୀକାଳୀନ ସେବା ଗୁଡ଼ିକୁ ଆକ୍ଟିଭ୍‌ କରାଯାଇଥିଲା ଏବଂ ସମସ୍ତ ଆବଶ୍ୟକୀୟ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ୧୩ ଜଣଙ୍କ ମଧ୍ୟରେ ଚାଳକ ମଧ୍ୟ ଅଛନ୍ତି। ସାଣ୍ଟା କାଟାରିନା ରାଜ୍ୟପାଳ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୃତାହତଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଆମର ଟିମ୍‌ ପରିବାର ଏବଂ ପୀଡିତଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।" ରାଜ୍ୟର ସାମରିକ ଅଗ୍ନିଶମ ବାହିନୀ କହିଛି ଯେ ୧୩ ଜଣ ବଞ୍ଚିଥିବା ଲୋକଙ୍କୁ ଚିକିତ୍ସା

ବ୍ରାଜିଲ୍‌ରେ ଅଘଟଣ ; ହଟ୍ ଏୟାର ବେଲୁନ୍‌ରେ ଲାଗିଲା ନିଆଁ, ଚାଲିଗଲା ୮ ଜୀବନ

ନୂଆଦିଲ୍ଲୀ ୨୨।୦୬; ବ୍ରାଜିଲରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଦେଖିବାକୁ ମିଳିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ହଟ୍‌ ଏୟାର ବେଲୁନଟି ମଝି ଆକାଶରେ ନିଆଁ ଲାଗିଯାଇଥିଲା। ଏହି ବେଲୁନରେ ମୋଟ ୨୧ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯେତେବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ହଟ୍‌ ଏୟାର ବେଲୁନଟି ୨୧ ଜଣଙ୍କ ଗ୍ରୁପ୍‌ ସହିତ ଆକାଶରେ ଉଡ଼ିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏକ ଗଣମାଧ୍ୟମ ଏହି ଦୁର୍ଘଟଣାର ଭିଡିଓ ଜାରି କରିଛି। ଯେଉଁଥିରେ ବେଲୁନଟି ନିଆଁରେ ବୁଡ଼ି ରହିଥିବାର ଦେଖାଯାଉଛି। ଘଟଣା ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଜରୁରୀକାଳୀନ ସେବା ଗୁଡ଼ିକୁ ଆକ୍ଟିଭ୍‌ କରାଯାଇଥିଲା ଏବଂ ସମସ୍ତ ଆବଶ୍ୟକୀୟ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ୧୩ ଜଣଙ୍କ ମଧ୍ୟରେ ଚାଳକ ମଧ୍ୟ ଅଛନ୍ତି। ସାଣ୍ଟା କାଟାରିନା ରାଜ୍ୟପାଳ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୃତାହତଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଆମର ଟିମ୍‌ ପରିବାର ଏବଂ ପୀଡିତଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।" 

ରାଜ୍ୟର ସାମରିକ ଅଗ୍ନିଶମ ବାହିନୀ କହିଛି ଯେ ୧୩ ଜଣ ବଞ୍ଚିଥିବା ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ହେଲେ ସେମାନଙ୍କ ଅବସ୍ଥା କିପରି ଅଛି ସେ ବିଷୟରେ କୌଣସି ସୂଚନା ସେୟାର କରାଯାଇ ନାହିଁ। ଦୁର୍ଘଟଣା ଘଟିଥିବା ଏହି ଅଞ୍ଚଳରେ ବେଲୁନ୍ ଟୁର୍ ର ସୁରକ୍ଷା ନିୟମ ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ଅଧିକାରୀମାନେ ତଦନ୍ତ କରୁଛନ୍ତି ଯେ ଟୁର୍ ଅପରେଟର ସୁରକ୍ଷା ନିୟମ ପାଳନ କରିଥିଲେ କି ନାହିଁ ଏବଂ ଅଗ୍ନିକାଣ୍ଡରେ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଭୂମିକା ଗ୍ରହଣ କରିଥିଲା କି ନାହିଁ।