ଗଣ୍ଡା ସମାଜ କଲ୍ୟାଣ ପରିଷଦର ରୌପ୍ୟ ଜୟନ୍ତୀ
ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ରୋପ୍ୟଜୟନ୍ତୀ ବୁର୍ଲା ଆମ୍ବେଦକର ଛକ ଠାରେ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ମୁଖ୍ୟ ବକ୍ତା ପ୍ରତିଷ୍ଠାତା ଉପଦେଷ୍ଟା ମିନକେତନ ବାଦୀ, ସମ୍ମାନିତ ଅତିଥି କୈଳାଶ ମହାରଣା, ଗୋପାଳ ପ୍ରଧାନ, ଏମଡି ନୱ।ବ, ପ୍ରଦୀପ କୁମ୍ଭାର, ଯୁବ ନେତା ଆଶିଷ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ […] The post ଗଣ୍ଡା ସମାଜ କଲ୍ୟାଣ ପରିଷଦର ରୌପ୍ୟ ଜୟନ୍ତୀ appeared first on Odisha.News.

ସମ୍ବଲପୁର:ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ରୋପ୍ୟଜୟନ୍ତୀ ବୁର୍ଲା ଆମ୍ବେଦକର ଛକ ଠାରେ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ମୁଖ୍ୟ ବକ୍ତା ପ୍ରତିଷ୍ଠାତା ଉପଦେଷ୍ଟା ମିନକେତନ ବାଦୀ, ସମ୍ମାନିତ ଅତିଥି କୈଳାଶ ମହାରଣା, ଗୋପାଳ ପ୍ରଧାନ, ଏମଡି ନୱ।ବ, ପ୍ରଦୀପ କୁମ୍ଭାର, ଯୁବ ନେତା ଆଶିଷ ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଜୟ ଭୀମ ନାମକ ଏକ ସ୍ମରଣିକା କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥିରେ ସ୍ମରଣିକା ର ମୁଖ୍ୟ ସମ୍ପାଦକ ଶିବଶଙ୍କର ପଧାନ, କ୍ଷେତ୍ରମଣୀ ବିଭାର, ପରିଷଦର ସାଧାରଣ ସମ୍ପାଦକ ଅମିନ ମହାନନ୍ଦ, ସହ ସମ୍ପାଦକ ସୁନାରାମ ନନ୍ଦ , କୋଷାଧ୍ୟକ୍ଷ ନିଳାଞ୍ଚଳ ସୁନା, ପୁରନ୍ଦର ସୁନା, ଚନ୍ଦ୍ରମଣି ବାଗ,ଜମୁନା ଶିଖା, ଜୟନ୍ତୀ ହରିପାଲ, ଅଞ୍ଜଳି ପ୍ରଭାସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
The post ଗଣ୍ଡା ସମାଜ କଲ୍ୟାଣ ପରିଷଦର ରୌପ୍ୟ ଜୟନ୍ତୀ appeared first on Odisha.News.