ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ।
କୋକସରା:୦୫/୦୪ ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଶିକ୍ଷାବର୍ଷ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୬ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀଙ୍କୁ ନାମ ଲେଖିବାର ନିୟମକୁ ତ୍ବରାନ୍ବିତ କରାଯାଇଛି। ଶିକ୍ଷାବର୍ଷ ୨୨/୨୩ ରେ ସର୍ବମୋଟ ୩୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୬୫ ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ […] The post ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ। appeared first on Odisha.News.

କୋକସରା:୦୫/୦୪
ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଶିକ୍ଷାବର୍ଷ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୬ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀଙ୍କୁ ନାମ ଲେଖିବାର ନିୟମକୁ ତ୍ବରାନ୍ବିତ କରାଯାଇଛି। ଶିକ୍ଷାବର୍ଷ ୨୨/୨୩ ରେ ସର୍ବମୋଟ ୩୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୬୫ ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ଉଚ୍ଚ ବିଦ୍ୟାଳୟକୁ ଯାଉଛନ୍ତି।ସେମାନଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ଏପର୍ଯ୍ୟନ୍ତ ୩୨ ଜଣ ନେଇ ସାରିଛନ୍ତି।ଏବଂ ପ୍ରଥମ ଶ୍ରେଣୀରେ 5ଜଣ ୬ଷ୍ଟ ଶ୍ରେଣୀରେ ୧୪ ଜଣ ନାମ ଲେଖାଯାଇଥିବା ସମ୍ପର୍କରେ ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ୍ୟା ଜାନକୀ ବାଣୁଆ ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ,ରୁକ୍ମଣୀ ପୁଝାରୀ,ଭୋଳନଥ ନାଏକ, ପ୍ରଧନୀ,ବାଗ ସମସ୍ତେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମକୁ ଦେବାଶିଷ ମହାପାତ୍ର, ସୁଜିତ୍ କୁମାର ସାହୁ,ଶଶି ଦଳପତି,ଧରିତ୍ରୀ ଦାସ, ଦିବ୍ୟାସିନି ଦୂର୍ଗା, ନିବେଦିତା ବାଣୁଆ,ଉଦ୍ଧବ ବାଗ,ମୋ ସ୍କୁଲ ଅଭିଯାନ ସମ୍ପାଦକ ଚିନ୍ମୟ ପ୍ରସାଦ ପ୍ରଧନି ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ସହ ନଗର ପରିକ୍ରମା କରିବା ସହ ଫୁଲ ,ଚନ୍ଦନ, ପାଠ୍ୟ ପୁସ୍ତକ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି।
The post ରେଙ୍ଗଲାପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ। appeared first on Odisha.News.