ଗତ ୧୧ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ, ଦଳର ଚିନ୍ତା ବଢାଇଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଶା କରାଯାଉଥିଲା, ରୋହିତ ଫର୍ମକୁ ଫେରିବେ ଏବଂ ରନ କରିବା ସହ ଦଳର ସ୍ଥିତି ମଜବୁତ କରିବେ। କିନ୍ତୁ ଆଡିଲେଡ ଟେଷ୍ଟରେ ସେମିତି ଦେଖିବାକୁ ମିଳିନି। କେଏଲ ରାହୁଲଙ୍କୁ ଓପନିଂ ଛାଡ଼ି ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ରୋହିତ ପୁଣି ଥରେ ଶସ୍ତାରେ ପାଭିଲିୟନ ଫେରିଛନ୍ତି। ଗତ ୧୧ଟି ଇନିଂସରେ ସେ କେବଳ ଗୋଟିଏ ଅର୍ଦ୍ଧଶତକ କରି ପାରିଛନ୍ତି। ଏପରିକି ସାତ ଥର ହିଟ୍‌ମ୍ୟାନ ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି। ଅଧିନାୟକଙ୍କ ଫର୍ମ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଆଡିଲେଡରେ ରୋହିତ ଶର୍ମା ପ୍ରଥମ ଥର ଛଅ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ମାତ୍ର ସେ କିଛି କମାଲ କରି ପାରି ନ ଥିଲେ। ପ୍ରଥମ ଇନିଂସରେ ୨୩ ବଲ୍ ସମ୍ମୁଖୀନ ହୋଇ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ରୋହିତ ନିଜ ସ୍ଥାନରେ କେଏଲ ରାହୁଲଙ୍କୁ ଓପନିଂ କରିବାର ସୁଯୋଗ ଦେଇଛନ୍ତି। କାରଣ ସେ ପ୍ରଥମ ମ୍ୟାଚ୍‌ରେ ଜୟସ୍ଵାଲଙ୍କ ସହ ମିଶି ଦଳକୁ ଦମଦାର ଆରମ୍ଭ ଦେବା ସହ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଶୁଭମନ ଗିଲ୍ ଆଉଟ୍ ହେବା ପରେ ରୋହିତ ଶର୍ମା ୨୨ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ରୋହିତ ଭଲ ଆରମ୍ଭ କରିଥିଲେ ଏବଂ ଲୟରେ ଥିବା ପରି ଲାଗୁଥିଲେ। Also read: ୭୦ ବର୍ଷ ତଳର

ଗତ ୧୧ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ, ଦଳର ଚିନ୍ତା ବଢାଇଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଶା କରାଯାଉଥିଲା, ରୋହିତ ଫର୍ମକୁ ଫେରିବେ ଏବଂ ରନ କରିବା ସହ ଦଳର ସ୍ଥିତି ମଜବୁତ କରିବେ। କିନ୍ତୁ ଆଡିଲେଡ ଟେଷ୍ଟରେ ସେମିତି ଦେଖିବାକୁ ମିଳିନି। କେଏଲ ରାହୁଲଙ୍କୁ ଓପନିଂ ଛାଡ଼ି ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ରୋହିତ ପୁଣି ଥରେ ଶସ୍ତାରେ ପାଭିଲିୟନ ଫେରିଛନ୍ତି। ଗତ ୧୧ଟି ଇନିଂସରେ ସେ କେବଳ ଗୋଟିଏ ଅର୍ଦ୍ଧଶତକ କରି ପାରିଛନ୍ତି। ଏପରିକି ସାତ ଥର ହିଟ୍‌ମ୍ୟାନ ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି। ଅଧିନାୟକଙ୍କ ଫର୍ମ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। 

ଆଡିଲେଡରେ ରୋହିତ ଶର୍ମା ପ୍ରଥମ ଥର ଛଅ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ମାତ୍ର ସେ କିଛି କମାଲ କରି ପାରି ନ ଥିଲେ। ପ୍ରଥମ ଇନିଂସରେ ୨୩ ବଲ୍ ସମ୍ମୁଖୀନ ହୋଇ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ରୋହିତ ନିଜ ସ୍ଥାନରେ କେଏଲ ରାହୁଲଙ୍କୁ ଓପନିଂ କରିବାର ସୁଯୋଗ ଦେଇଛନ୍ତି। କାରଣ ସେ ପ୍ରଥମ ମ୍ୟାଚ୍‌ରେ ଜୟସ୍ଵାଲଙ୍କ ସହ ମିଶି ଦଳକୁ ଦମଦାର ଆରମ୍ଭ ଦେବା ସହ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଶୁଭମନ ଗିଲ୍ ଆଉଟ୍ ହେବା ପରେ ରୋହିତ ଶର୍ମା ୨୨ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ରୋହିତ ଭଲ ଆରମ୍ଭ କରିଥିଲେ ଏବଂ ଲୟରେ ଥିବା ପରି ଲାଗୁଥିଲେ। 

Also read: ୭୦ ବର୍ଷ ତଳର ଖେଳାଳିଙ୍କ ପୁରୁଣା ଟୋପି, ୨.୧୪ କୋଟି ଟଙ୍କାରେ ନିଲାମ୍

କିନ୍ତୁ ସେ ନିଜ ପାଳିକୁ ଅଧିକ ସମୟ ଆଗକୁ ବଢାଇ ପାରି ନ ଥିଲେ। ସ୍କଟ ବୋଲାଣ୍ଡଙ୍କ ବଲରେ ଏଲବିଡବ୍ଲ୍ୟୁର ଶିକାର ହୋଇଥିଲେ। ରୋହିତଙ୍କ ଆଉଟ୍ ହେବା ସହ ଭାରତ ୮୭ ରନରେ ଅଧା ଓ୍ଵିକେଟ୍ ହରାଇଥିଲା। ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଛି। ନୀତିଶ ରେଡ୍ଡୀ ୪୨ ରନର ଇନିଂସ ଖେଳି ନିଜର ଛାପ  ଛାଡ଼ିବାରେ ସଫଳ ହୋଇଛନ୍ତି। ମିଚେଲ୍ ଷ୍ଟାର୍କ ଘାତକ ବୋଲିଂ କରି ୬ ଓ୍ଵିକେଟ୍ ନେଇ ଭାରତୀୟ ବ୍ୟାଟରଙ୍କୁ ବ୍ୟାକଫୁଟ୍‌ରେ ରଖିଥିଲେ।