ଅପହରଣ ମାମଲାରେ ଗିରଫ ଏଚ୍‌ଡି ରେଭନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: ଯୌନ ନିର୍ଯାତନା ସମ୍ପର୍କିତ ଅପହରଣ ମାମଲାରେ କର୍ଣ୍ଣାଟକ ଏସ୍‌ଆଇଟି ଟିମ୍ ଦ୍ୱାରା ଗିରଫ ହୋଇଥିବା ଜେଡିଏସ୍ ନେତା ଏଚ୍‌ଡି ରେଭନ୍ନାଙ୍କୁ ଜାମିନ ମିଳିଛି। ଜନ ପ୍ରତିନିଧି ଅଦାଲତ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ଦେବାକୁ ନିର୍ଦ୍ଦେଶ ଦେଇ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏଥିସହିତ ସାକ୍ଷୀକୁ ପ୍ରଭାବିତ ନ କରିବା ଓ ଏସ୍‌ଆଇଟି ଟିମ୍‌କୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ରେଭନ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପହରଣ ମାମଲାରେ ଗିରଫ ହୋଇଥିବା ରେଭନ୍ନାଙ୍କୁ ମେ ୧୪ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୁଡିକୁ ପଠାଯାଇଥିଲା। ହେଲେ ଆସନ୍ତାକାଲି ତାଙ୍କର କଷ୍ଟୁଡି ତାରିଖ ସରୁଥିବା ବେଳେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ଓ ପୁଅ ପ୍ରଜ୍ଜ୍ୱଳ ରେଭନ୍ନା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅପହରଣ ମାମଲାରେ ହୋଲେନର୍ସିପୁରା ବିଧାୟକ ଏଚ୍‌ଡି ରେଭନ୍ନାଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଥିଲା। ପଢ଼ନ୍ତୁ- ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିଓ୍ବାଲଙ୍କ ସହ ଦୁର୍ବ୍ୟବହାର, ଥାନାରେ ମାମଲାଅପହୃତା ମହିଳାଙ୍କ ପୁଅଙ୍କର ଅଭିଯୋଗ କ୍ରମେ କର୍ଣ୍ଣାଟକ ପୁଲିସ ରେଭନ୍ନାଙ୍କୁ ଗିରପ କରିଥିଲା। ଏହାପରେ ଅପହୃତା ମହିଳାଙ୍କୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସ

ଅପହରଣ ମାମଲାରେ ଗିରଫ ଏଚ୍‌ଡି ରେଭନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: ଯୌନ ନିର୍ଯାତନା ସମ୍ପର୍କିତ ଅପହରଣ ମାମଲାରେ କର୍ଣ୍ଣାଟକ ଏସ୍‌ଆଇଟି ଟିମ୍ ଦ୍ୱାରା ଗିରଫ ହୋଇଥିବା ଜେଡିଏସ୍ ନେତା ଏଚ୍‌ଡି ରେଭନ୍ନାଙ୍କୁ ଜାମିନ ମିଳିଛି। ଜନ ପ୍ରତିନିଧି ଅଦାଲତ ରେଭନ୍ନାଙ୍କୁ ୫ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ଦେବାକୁ ନିର୍ଦ୍ଦେଶ ଦେଇ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏଥିସହିତ ସାକ୍ଷୀକୁ ପ୍ରଭାବିତ ନ କରିବା ଓ ଏସ୍‌ଆଇଟି ଟିମ୍‌କୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ରେଭନ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଅପହରଣ ମାମଲାରେ ଗିରଫ ହୋଇଥିବା ରେଭନ୍ନାଙ୍କୁ ମେ ୧୪ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୁଡିକୁ ପଠାଯାଇଥିଲା। ହେଲେ ଆସନ୍ତାକାଲି ତାଙ୍କର କଷ୍ଟୁଡି ତାରିଖ ସରୁଥିବା ବେଳେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ଓ ପୁଅ ପ୍ରଜ୍ଜ୍ୱଳ ରେଭନ୍ନା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅପହରଣ ମାମଲାରେ ହୋଲେନର୍ସିପୁରା ବିଧାୟକ ଏଚ୍‌ଡି ରେଭନ୍ନାଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଥିଲା। 

ପଢ଼ନ୍ତୁ- ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିଓ୍ବାଲଙ୍କ ସହ ଦୁର୍ବ୍ୟବହାର, ଥାନାରେ ମାମଲା

ଅପହୃତା ମହିଳାଙ୍କ ପୁଅଙ୍କର ଅଭିଯୋଗ କ୍ରମେ କର୍ଣ୍ଣାଟକ ପୁଲିସ ରେଭନ୍ନାଙ୍କୁ ଗିରପ କରିଥିଲା। ଏହାପରେ ଅପହୃତା ମହିଳାଙ୍କୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସ ଆଗରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ମହିଳା ଅଭିଯୋଗ କରିଥିଲେ। ଏହାପରେ ରେଭନ୍ନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଲଗାଯାଇଥିଲା।  ଯୌନ ନିର୍ଯତନା ମାମଲାରେ ବାପା ଏଚ୍‌ଡି ରେଭନ୍ନା ଓ ପୁଅ ପ୍ରଜ୍ଜ୍ୱଳ ରେବନ୍ନାଙ୍କ ବିରୋଧରେ ୩ଟି  ମାମଲାର ରୁଜୁ ହୋଇଛି। ଦୁଷ୍କର୍ମ କରିବା ପରେ ବିଜେପି ଓ ଜେଡିଏସ୍ ମିଳିତ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନା ଦେଶ ଛାଡ଼ି ପଳାଇଯାଇଛି। ସେ ବର୍ତ୍ତମାନ ଜର୍ମାନୀରେ ଥିବା ସନ୍ଦେହ କରାଯାଉଛି।