ଗତ ୬ ଆର୍ଥିକ ବର୍ଷରେ ଦେଶରେ ନିଯୁକ୍ତି ୩୫ ପ୍ରତିଶତରୁ ଅଧିକ ବଢିଛି: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଗତ ୬ ଆର୍ଥିକ ବର୍ଷ (ଫିସକାଲ ଇଅର୍ସ)ରେ ଦେଶର ନିଯୁକ୍ତି ହାର ୩୫ ପ୍ରତିଶତରୁ ଅଧିକ ବଢିଛି। ୨୦୨୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭାରତରେ ମୋଟ ୬୪.୩୩ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ରଖୁଥିବା ବେଳେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ସୋଭା କରନଦ୍ଲାଜେ। ୨୦୧୭-୧୮ ରୁ ୨୦୨୩-୨୪ ପର୍ଯ୍ୟନ୍ତ ନିଯୁକ୍ତିରେ ପାଖାପାଖି ୧୬.୮୩ କୋଟି ବୃଦ୍ଧି ହୋଇଛି। ମନ୍ତ୍ରୀ ଆର୍ବିଆଇ ତଥ୍ୟକୁ ଉଦାହରଣ ଦେଇ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଆରବିଆଇ) ସଦ୍ୟତମ KLEMS(କ୍ୟାପିଟାଲ ଲେବର ଏନର୍ଜୀ ମ୍ୟାଟେରିଆଲ୍ସ ଏବଂ ସର୍ଭିସ୍) ତଥ୍ୟ ଅନୁଯାୟୀ, ୨୦୧୭-୧୮ ବର୍ଷରେ ହୋଇଥିବା ନିଯୁକ୍ତି ୪୭.୫ କୋଟିରୁ ୨୦୨୩-୨୪ ବର୍ଷରେ ଦେଶରେ ନିଯୁକ୍ତି ୬୪.୩୩ କୋଟିକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମେନୁଫେକ୍ଚରିଂ ସେକ୍ଟର (ଫର୍ମାଲ ଆଣ୍ଡ ଇନ୍ଫର୍ମାଲ ଏଣ୍ଟିଟିସ)ରେ ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ୮୫ ଲକ୍ଷ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି।ସେହିଭଳି ଶିଶୁ ଶ୍ରମିକକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ସୋଭା କରନଦ୍ଲାଜେ। ସେ କହିଛନ୍ତି ଯେ ବିଭିନ୍ନ ସାମାଜିକ ଅର୍ଥନୈତିକ ସମସ୍ୟା ଯଥା ଦାରିଦ୍ର୍ୟ, ଆର୍ଥିକ ପଛୁଆବର୍ଗ, ମୌଳିକ ସୁବିଧାର ଅଭାବ, ନିରକ୍ଷରତା ଇତ୍ୟାଦି ଯୋଗୁ ଏଭଳି ସ୍ଥିତି ସୃଷ୍
ନୂଆଦିଲ୍ଲୀ: ଗତ ୬ ଆର୍ଥିକ ବର୍ଷ (ଫିସକାଲ ଇଅର୍ସ)ରେ ଦେଶର ନିଯୁକ୍ତି ହାର ୩୫ ପ୍ରତିଶତରୁ ଅଧିକ ବଢିଛି। ୨୦୨୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭାରତରେ ମୋଟ ୬୪.୩୩ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ରଖୁଥିବା ବେଳେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ସୋଭା କରନଦ୍ଲାଜେ। ୨୦୧୭-୧୮ ରୁ ୨୦୨୩-୨୪ ପର୍ଯ୍ୟନ୍ତ ନିଯୁକ୍ତିରେ ପାଖାପାଖି ୧୬.୮୩ କୋଟି ବୃଦ୍ଧି ହୋଇଛି।
ମନ୍ତ୍ରୀ ଆର୍ବିଆଇ ତଥ୍ୟକୁ ଉଦାହରଣ ଦେଇ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଆରବିଆଇ) ସଦ୍ୟତମ KLEMS(କ୍ୟାପିଟାଲ ଲେବର ଏନର୍ଜୀ ମ୍ୟାଟେରିଆଲ୍ସ ଏବଂ ସର୍ଭିସ୍) ତଥ୍ୟ ଅନୁଯାୟୀ, ୨୦୧୭-୧୮ ବର୍ଷରେ ହୋଇଥିବା ନିଯୁକ୍ତି ୪୭.୫ କୋଟିରୁ ୨୦୨୩-୨୪ ବର୍ଷରେ ଦେଶରେ ନିଯୁକ୍ତି ୬୪.୩୩ କୋଟିକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମେନୁଫେକ୍ଚରିଂ ସେକ୍ଟର (ଫର୍ମାଲ ଆଣ୍ଡ ଇନ୍ଫର୍ମାଲ ଏଣ୍ଟିଟିସ)ରେ ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ୮୫ ଲକ୍ଷ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେହିଭଳି ଶିଶୁ ଶ୍ରମିକକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ସୋଭା କରନଦ୍ଲାଜେ। ସେ କହିଛନ୍ତି ଯେ ବିଭିନ୍ନ ସାମାଜିକ ଅର୍ଥନୈତିକ ସମସ୍ୟା ଯଥା ଦାରିଦ୍ର୍ୟ, ଆର୍ଥିକ ପଛୁଆବର୍ଗ, ମୌଳିକ ସୁବିଧାର ଅଭାବ, ନିରକ୍ଷରତା ଇତ୍ୟାଦି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ଶିଶୁ ଶ୍ରମଙ୍କୁ ହଟାଇବା ପାଇଁ ସରକାର ବହୁମୁଖୀ ରଣନୀତି ଏବଂ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ, ପୁନର୍ବାସ ରଣନୀତି, ମାଗଣା ଶିକ୍ଷା ଅଧିକାର ପ୍ରଦାନ ତଥା ସାଧାରଣ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରାଯାଇଛି। ଏଥିସହିତ ଶିଶୁ ଶ୍ରମିକ ବିଲୋପ ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକୁ ସୂଚିବଦ୍ଧ କରାଯାଇଛି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏକ ମଡେଲ ଷ୍ଟେଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।