ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଗଲେ ଆୟୁଷ ଡ଼ାକ୍ତର
ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ଜଣ ମୃତ୍ୟୁ ଓ ୬ ଗୁରୁତର ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଆଉ ଗୋଟିଏ ବଡ଼ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ପୁର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ସେହିଭଳି ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାତ ମଲିକ […] The post ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଗଲେ ଆୟୁଷ ଡ଼ାକ୍ତର appeared first on Dharitri Odia News.
ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ଜଣ ମୃତ୍ୟୁ ଓ ୬ ଗୁରୁତର ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଆଉ ଗୋଟିଏ ବଡ଼ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ପୁର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ସେହିଭଳି ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାତ ମଲିକ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେ ବୁଧବାରଠାରୁ ସେଠାରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ମାଣ୍ଡିପଙ୍କାକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରିବା ପରେ ଉକ୍ତ ଅଞ୍ଚଳରେ ରହିଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଜିଲାପାଳଙ୍କ ଏହି ପଦକ୍ଷେପ କୁ ଗଦାପୁର ପଞ୍ଚାୟତବାସୀ ସାଧୁବାଦ ଜଣାଇଛନ୍ତି।
The post ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଗଲେ ଆୟୁଷ ଡ଼ାକ୍ତର appeared first on Dharitri Odia News.