ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର
ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍କୁ ଅପେକ୍ଷା କରିଥିଲେ। ଫୋନ୍ ଆସିଥିଲେ ସେ କରଓ୍ବା ଚଉଥ୍ ବ୍ରତ ଭାଙ୍ଗି ଖାଦ୍ୟ ଗ୍ରହଣ କରିଥାଆନ୍ତେ। କିନ୍ତୁ ଯେଉଁ କଲ୍ ଆସିଥିଲା, ତାହା ତାଙ୍କୁ ବିଧବା ସଜାଇଦେଲା। ‘ଶଶିଭୂଷଣ ଅବରୋଲ ଆଉ ନାହାନ୍ତି। ଗନ୍ଦେରବଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେ ନିହତ ହୋଇଛନ୍ତି’ ବୋଲି ଖବର ମିଳିବା ପରେ ରୁଚିଙ୍କ ପାଦତଳୁ […] The post ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର appeared first on Dharitri Odia News.
ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍କୁ ଅପେକ୍ଷା କରିଥିଲେ। ଫୋନ୍ ଆସିଥିଲେ ସେ କରଓ୍ବା ଚଉଥ୍ ବ୍ରତ ଭାଙ୍ଗି ଖାଦ୍ୟ ଗ୍ରହଣ କରିଥାଆନ୍ତେ। କିନ୍ତୁ ଯେଉଁ କଲ୍ ଆସିଥିଲା, ତାହା ତାଙ୍କୁ ବିଧବା ସଜାଇଦେଲା। ‘ଶଶିଭୂଷଣ ଅବରୋଲ ଆଉ ନାହାନ୍ତି। ଗନ୍ଦେରବଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେ ନିହତ ହୋଇଛନ୍ତି’ ବୋଲି ଖବର ମିଳିବା ପରେ ରୁଚିଙ୍କ ପାଦତଳୁ ମାଟି ଖସିଯାଇଥିଲା। ଆର୍କିଟେକ୍ଚରାଲ ଡିଜାଇନର ଶଶୀ ହେଉଛନ୍ତି ଶ୍ରୀନଗର-ଲେହ ଜାତୀୟ ରାଜପଥରେ ନିର୍ମାଣାଧୀନ ଟନେଲରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ ଅନ୍ୟତମ।
ଟନେଲ ନିର୍ମାଣରେ ନିୟୋଜିତ ଟିମ୍ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜମ୍ମୁର ତାଲାବ ତିଲ୍ଲୋ ବାସଭବନରେ ସୋମବାର ସକାଳେ ରୁଚି ନିଜ ୩ ବର୍ଷୀୟା ଝିଅଙ୍କୁ ଧରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ କରଓ୍ବା ଚଉଥ୍ ଉପବାସ କରିବା ସହ ମନ୍ଦିରକୁ ଯାଉଥିଲି। ସନ୍ଧ୍ୟାରେ ତାଙ୍କ ସହ କଥା ହୋଇଥିଲି। କୌଣସି ପ୍ରକାର ବିପଦ ଥିବା ନେଇ ସେ କିଛି କହି ନ ଥିଲେ। କିଛି ସମୟ କଥା ହେବା ପରେ ଘରକୁ ଫେରି ପୁଣି କଲ୍ କରିଥିଲି। ସେ ଫୋନ୍ ଉଠାଇ ନ ଥିଲେ। ଏହା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସେ କଲ୍ବ୍ୟାକ୍ କରିବେ ବୋଲି ଅପେକ୍ଷା କରିଥିଲି, କିନ୍ତୁ କଲ୍ ଆସି ନ ଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି କିଛି ଜଣାଇ ନ ଥିଲେ। ଟିଭି ଦେଖି ସ୍ବାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଲି’ ବୋଲି ରୁଚି କହିଛନ୍ତି।
ରୁଚିଙ୍କ ସମ୍ପର୍କୀୟା ନଣନ୍ଦ ଦିବ୍ୟା କହିଛନ୍ତି, ଭାଉଜ ଉପବାସ ଭାଙ୍ଗିବାକୁ ମନା କରିଦେଇଥିଲେ। ତାଙ୍କ ଜୀବନ ଛାରଖାର ହୋଇଗଲା। କରଓ୍ବା ଚଉଥ ପର୍ବ ଆମପାଇଁ ଏକ ବିପର୍ଯ୍ୟୟର ଦିବସ ପାଲଟିଗଲା। ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି। ଶଶୀ ନିଜ ପରିବାରର ଜଣେ ମାତ୍ର ରୋଜଗାରିଆ ଥିଲେ। ସେ ଭାଉଜଙ୍କ ସହ ତାଙ୍କ ଝିଅ ଓ ଇଞ୍ଜିନିୟରିଂ ପଢ଼ୁଆ ପୁଅକୁ ଛାଡ଼ି ଚାଲିଗଲେ। ଶଶୀଙ୍କ ବାପା ପରିବାରକୁ ଆର୍ଥିକ ସହାୟତା ଓ ଝିଅ ଊର୍ବଶୀଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି।
The post ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର appeared first on Dharitri Odia News.