ଦୀପାବଳି ପାଇଁ ସଜାଉଥିଲେ ଲିଚୁ ଲାଇଟ୍‌, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ବାଳ ଶ୍ରମିକଙ୍କ ଜୀବନ

ବଡ଼ବିଲ,୩୦ା୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ସ୍ଥିତ ଏକ ଘର ଛାତ ଉପରେ ଚଢ଼ି ଦୀପାବଳି ନିମନ୍ତେ ଲିଚୁ ଲାଇଟ୍‌ ସଜାଇବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ହଜାର କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଟେଣ୍ଟ ହାଉସ୍‌ର ନିୟୋଜିତ ୧୫ ବର୍ଷୀୟ ବାଳ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ନାବାଳକ ଜଣକ ହେଲେ ସେରେଣ୍ଡା ଅଞ୍ଚଳର ଜଗବନ୍ଧୁ ମୁଣ୍ଡାଙ୍କ ପୁଅ ନରେନ୍ଦ୍ର। ଆଲୋକର ପର୍ବ ଦୀପାବଳିରେ ଜଣେ ନାବାଳକଙ୍କ ଜୀବନ […] The post ଦୀପାବଳି ପାଇଁ ସଜାଉଥିଲେ ଲିଚୁ ଲାଇଟ୍‌, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ବାଳ ଶ୍ରମିକଙ୍କ ଜୀବନ appeared first on Dharitri Odia News.

ଦୀପାବଳି ପାଇଁ ସଜାଉଥିଲେ ଲିଚୁ ଲାଇଟ୍‌, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ବାଳ ଶ୍ରମିକଙ୍କ ଜୀବନ

ବଡ଼ବିଲ,୩୦ା୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ସ୍ଥିତ ଏକ ଘର ଛାତ ଉପରେ ଚଢ଼ି ଦୀପାବଳି ନିମନ୍ତେ ଲିଚୁ ଲାଇଟ୍‌ ସଜାଇବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ହଜାର କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଟେଣ୍ଟ ହାଉସ୍‌ର ନିୟୋଜିତ ୧୫ ବର୍ଷୀୟ ବାଳ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ନାବାଳକ ଜଣକ ହେଲେ ସେରେଣ୍ଡା ଅଞ୍ଚଳର ଜଗବନ୍ଧୁ ମୁଣ୍ଡାଙ୍କ ପୁଅ ନରେନ୍ଦ୍ର। ଆଲୋକର ପର୍ବ ଦୀପାବଳିରେ ଜଣେ ନାବାଳକଙ୍କ ଜୀବନ ଦୀପ ଲିଭିଯିବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ସୂଚନାନୁଯାୟୀ, ବୁଧବାର ସକାଳେ ବଡ଼ବିଲ ଷ୍ଟେଶନ ରୋଡ୍‌ରେ ରହୁଥିବା ପଙ୍କଜ ତିଓ୍ବାରୀ ଦୀପାବଳି ନିମନ୍ତେ ଲିଚୁ ଲାଇଟ୍‌ ସଜାଇ କରିବାକୁ ବଡବିଲ ମହାନ୍ତ ବସ୍ତିର ଏକ ଟେଣ୍ଟ ହାଉସକୁ ଦାୟିତ୍ବ ଦେଇଥିଲେ। ସଂପୃକ୍ତ ଟେଣ୍ଟ ହାଉସ ପକ୍ଷରୁ ଉକ୍ତ ନିୟୋଜିତ କରିଥିବା ବାଳ ଶ୍ରମିକ ନରେନ୍ଦ୍ର ଘର ଛାତ ଉପରକୁ ଚଢ଼ି ସଜାଉଥିବାବେଳେ ଛାତ ଉପର ଦେଇ ଯାଇଥିବା ଖୋଲା ୧୧କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡ଼ିଛି। ଏ ନେଇ ମୃତକ ବାଳ ଶ୍ରମିକ ନରେନ୍ଦ୍ରଙ୍କ ମା’ ପିଙ୍କି ମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ କ୍ରମେ ପୋଲିସ କେସ୍‌ ନଂ ୩୯/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି। ତଦନ୍ତକାରୀ ପୋଲିସ ଏଏସ୍‌ଆଇ ତୁଲସା କରିଆଲି କହିଛନ୍ତି ଯେ, ଟେଣ୍ଟ ହାଉସ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସହମତି ଦେବା ସହ ତୁରନ୍ତ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପୂର୍ବରୁ ବକେୟା ୫୦ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ ଶ୍ରମ ଆଇନକୁ ଉଲ୍ଲଂଘନ କରି ବାଳ ଶ୍ରମିକଙ୍କୁ ନିୟୋଜିତ କରିଥିବା ଟେଣ୍ଟ୍‌ ହାଉସ ବିରୋଧରେ ଜିଲା ଶ୍ରମ ବିଭାଗ ଏବଂ ଶିଶୁ ମଙ୍ଗଳ ବିଭାଗ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏତଦ୍‌ ବ୍ୟତୀତ ବିଭିନ୍ନ ଜନବସତିରେ ଖୋଲା ୧୧କେଭି ବିଦ୍ୟୁତତାର ରହିଥିଲେ ହେଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେଗୁଡ଼ିକୁ ବଦଳାଇ କେବୁଲ ବ୍ୟବସ୍ଥା କରି ନ ଥିବାରୁ ଏଭଳି ଦୁର୍ଘଟଣା ଘଟି ଜଣଙ୍କର ଅକାଳ ମୃତ୍ୟୁର କାରଣ ହୋଇଛି। ସେଥିନିମନ୍ତେ ବିଦ୍ୟୁତ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

The post ଦୀପାବଳି ପାଇଁ ସଜାଉଥିଲେ ଲିଚୁ ଲାଇଟ୍‌, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ବାଳ ଶ୍ରମିକଙ୍କ ଜୀବନ appeared first on Dharitri Odia News.