ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର

ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ ଓ ପାଣି ଦେଇଥିଲେ। ଏବେ ସମସ୍ତେ ନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଛନ୍ତି। ପ୍ରକାଶ ଥାଉକି, ବୁଧବାର ଛତିଶଗଡ଼ରୁ ନୃସିଂହ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି ହରିଶଙ୍କର ଯିବାପାଇଁ ଚାଲି […] The post ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର appeared first on Dharitri Odia News.

ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର

ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ ଓ ପାଣି ଦେଇଥିଲେ। ଏବେ ସମସ୍ତେ ନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଛନ୍ତି।

ପ୍ରକାଶ ଥାଉକି, ବୁଧବାର ଛତିଶଗଡ଼ରୁ ନୃସିଂହ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି ହରିଶଙ୍କର ଯିବାପାଇଁ ଚାଲି ଚାଲି ବାହାରିଥିଲେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ ଅପରାହ୍ନ ୩ଟାରେ ପହଞ୍ଚି ଫସି ରହିଥିଲେ। ପାଇକମାଳ ପୋଲିସ, ଡିଭିଏଫ୍‌ ଟିମ୍‌, ଫାୟାର ଟିମ୍‌ ଓ ଫରେଷ୍ଟ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଛନ୍ତି।

The post ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର appeared first on Dharitri Odia News.