ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟ: ବସ ମାଲିକ ସଂଘ ସହ ଆଲୋଚନା କଲେ ବିଧାୟକ
ଗଞ୍ଜାମ,୨୬।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକରେ ଯାତ୍ରୀଙ୍କ ସୁବିଧା ଓ ଗମନାଗମନରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସରକାରୀ ଓ ବେସରକାରୀ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସଭାରେ ବସ ଚଳାଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ନେଇ ବିଧାୟକ ଶ୍ରୀ ନାୟକ ବିଭିନ୍ନ ଉପାଦେୟ ପରାମର୍ଶ […] The post ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟ: ବସ ମାଲିକ ସଂଘ ସହ ଆଲୋଚନା କଲେ ବିଧାୟକ appeared first on Dharitri Odia News.
ଗଞ୍ଜାମ,୨୬।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକରେ ଯାତ୍ରୀଙ୍କ ସୁବିଧା ଓ ଗମନାଗମନରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସରକାରୀ ଓ ବେସରକାରୀ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସଭାରେ ବସ ଚଳାଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ନେଇ ବିଧାୟକ ଶ୍ରୀ ନାୟକ ବିଭିନ୍ନ ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ।
ଏହି ଅବସରରେ ତହସିଲଦାର ସୁକାନ୍ତ କୁମାର ମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ମାନସ ନାହାକ, ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥ ସାହୁ ଏବଂ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ। ସଭାରେ ବସ ସେବାରେ ନିୟମିତତା, ଯାତ୍ରୀଙ୍କ ସୁରକ୍ଷା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଗଞ୍ଜାମ ବ୍ଲକର ଜନସାଧାରଣଙ୍କ ଯାତାୟତ ସୁବିଧାରେ ନିଶ୍ଚିତ ଉନ୍ନତି ହେବ ବୋଲି ଆଶା କରାଯାଉଛି।
The post ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟ: ବସ ମାଲିକ ସଂଘ ସହ ଆଲୋଚନା କଲେ ବିଧାୟକ appeared first on Dharitri Odia News.