ଗମ୍ଭୀର କୋଚ୍ ହେବାକୁ ଆଗ୍ରହୀ
ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍ କଳ୍ପନାଜଳ୍ପନା ଚାଲିଛି। ନିକଟରେ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତୃତୀୟ ଥର ଆଇପିଏଲ୍ ଟାଇଟଲ ଜିତିଥିଲା। ଚଳିତ ଟି୨୦ ବିଶ୍ୱକପ୍ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଗମ୍ଭୀରଙ୍କୁ ତାଙ୍କର ପ୍ରକୃଷ୍ଟ ଉତ୍ତରାଧିକାରୀ […] The post ଗମ୍ଭୀର କୋଚ୍ ହେବାକୁ ଆଗ୍ରହୀ appeared first on Dharitri Odia News.
ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍ କଳ୍ପନାଜଳ୍ପନା ଚାଲିଛି।
ନିକଟରେ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତୃତୀୟ ଥର ଆଇପିଏଲ୍ ଟାଇଟଲ ଜିତିଥିଲା। ଚଳିତ ଟି୨୦ ବିଶ୍ୱକପ୍ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଗମ୍ଭୀରଙ୍କୁ ତାଙ୍କର ପ୍ରକୃଷ୍ଟ ଉତ୍ତରାଧିକାରୀ ଭାବେ ଅନେକେ ଦେଖୁଛନ୍ତି।
ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନପତ୍ର ଦାଖଲ କରିବା ଅବଧି ମେ ୨୭ ରଖାଯାଇଥିଲା। ଆବୁଧାବିରେ ଏକ ଇଭେଣ୍ଟରେ ଯୋଗଦାନ ପୂର୍ବକ ଏକ ସାକ୍ଷାତ୍କାରରେ ୪୨ ବର୍ଷୀୟ ଗମ୍ଭୀର କହିଛନ୍ତି, ନିଜ ଜାତୀୟ ଦଳକୁ କୋଚିଂ ଦେବାଠାରୁ ଆଉ ବଡ଼ ସମ୍ମାନ ଅବା କ’ଣ ଥାଇପାରେ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତର ମୁଖ୍ୟ କୋଚ୍ ଭୂମିକା ପାଇଁ ଗମ୍ଭୀରଙ୍କୁ ଜଣେ ଉପଯୁକ୍ତ ପ୍ରାର୍ଥୀ ଅଭିହିତ କରିଥିଲେ।
The post ଗମ୍ଭୀର କୋଚ୍ ହେବାକୁ ଆଗ୍ରହୀ appeared first on Dharitri Odia News.