ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨।୩: ନିର୍ବାଚନ ଲଢ଼ିବେ ନାହିଁ ଭାଜପା ଏମ୍‌ପି ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡ଼ଖଣ୍ଡ ହଜାରିବାଗରୁ ଏମ୍‌ପି ଥିବା ଜୟନ୍ତ ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ଭାଜପା ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପୂର୍ବରୁ ସେ ନିଜଆଡ଼ୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏପରିକି ନିର୍ବାଚନ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିବାକୁ ଦଳକୁ ଅନୁରୋଧ କରିଛନ୍ତି। ତେବେ ନିଜର ନିଷ୍ପତ୍ତି ନେଇ ସେ ଦଳର ମୁଖ୍ୟ ଜେ ପି ନଡ୍ଡାଙ୍କୁ […] The post ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା appeared first on Dharitri Odia News.

ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨।୩: ନିର୍ବାଚନ ଲଢ଼ିବେ ନାହିଁ ଭାଜପା ଏମ୍‌ପି ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡ଼ଖଣ୍ଡ ହଜାରିବାଗରୁ ଏମ୍‌ପି ଥିବା ଜୟନ୍ତ ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ଭାଜପା ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପୂର୍ବରୁ ସେ ନିଜଆଡ଼ୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏପରିକି ନିର୍ବାଚନ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିବାକୁ ଦଳକୁ ଅନୁରୋଧ କରିଛନ୍ତି। ତେବେ ନିଜର ନିଷ୍ପତ୍ତି ନେଇ ସେ ଦଳର ମୁଖ୍ୟ ଜେ ପି ନଡ୍ଡାଙ୍କୁ ସୂଚନା ଦେବା ସହ ଶନିବାର ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଜଣାଇଛନ୍ତି।

ନିଜ ପୋଷ୍ଟରେ ଜୟନ୍ତ ଲେଖିଛନ୍ତି, ‘ମୋତେ ପ୍ରତ୍ୟକ୍ଷ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମୁଁ ଦଳର ସଭାପତି ଜେ ପି ନଡ୍ଡାଙ୍କୁ କହିଛି। ଦେଶ ସହ ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ ଦେବା ଲାଗି ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ମୁଁ ଆର୍ଥିକ ଏବଂ ଶାସନ ସମ୍ବନ୍ଧୀୟ ପ୍ରସଙ୍ଗରେ ଦଳ ସହ କାର୍ଯ୍ୟ ଜାରି ରଖିବି। ମୋତେ ଗତ ୧୦ ବର୍ଷ ଧରି ଭାରତ ଏବଂ ହଜାରିବାଗବାସୀଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ନେତୃବୃନ୍ଦ ମୋତେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ’

କହିରଖୁଛୁ, ଜୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ପୁଅ। ସେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ (ରାଜ୍ୟ) ଭାବେ କାର୍ଯ୍ୟ କରିଥିଲେ। ୨୦୧୪ ଓ ୨୦୧୯ରେ ହଜାରିବାଗ ଆସନରୁ ନିର୍ବାଚନ ଲଢ଼ି ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଥିଲେ ସେ। ତାଙ୍କ ବାପା ଯଶବନ୍ତ ସିହ୍ନା ମଧ୍ୟ ହଜାରିବାଗର ଏମପି ଥିଲେ। ଏହାଛଡ଼ା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ।

The post ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା appeared first on Dharitri Odia News.