ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍ଚେଟ
ନୂଆଦିଲ୍ଲୀ, ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍ ବଲ୍ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍ ଡୋସ୍ଚେଟ୍ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିପାରେ। ସେମାନେ ଖୁବ୍ଶୀଘ୍ର ଭାରତୀୟ କ୍ରିକେଟ ଦଳ ସହ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ନାୟାର ଭାରତ ତରଫରୁ ୩ ଅନ୍ତଜର୍ର୍ାତୀୟ ଦିନିକିଆ ଖେଳିଥିବା ବେଳେ ଡୋସ୍ଚେଟ୍ ନେଦରଲାଣ୍ଡ୍ସର ହାର୍ଡ ହିଟିଂ ଅଲରାଉଣ୍ଡର ଥିଲେ। […] The post ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍ଚେଟ appeared first on Dharitri Odia News.
ନୂଆଦିଲ୍ଲୀ, ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍ ବଲ୍ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍ ଡୋସ୍ଚେଟ୍ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିପାରେ। ସେମାନେ ଖୁବ୍ଶୀଘ୍ର ଭାରତୀୟ କ୍ରିକେଟ ଦଳ ସହ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ନାୟାର ଭାରତ ତରଫରୁ ୩ ଅନ୍ତଜର୍ର୍ାତୀୟ ଦିନିକିଆ ଖେଳିଥିବା ବେଳେ ଡୋସ୍ଚେଟ୍ ନେଦରଲାଣ୍ଡ୍ସର ହାର୍ଡ ହିଟିଂ ଅଲରାଉଣ୍ଡର ଥିଲେ। ଆଇପିଏଲ୍ରେ ସେ କୋଲକାତା ନାଇଟ ରାଇଡର୍ସ (କେକେଆର)ରେ ଗମ୍ଭୀରଙ୍କ ସହିତ କାର୍ଯ୍ୟ କରିଛନ୍ତି। ନାୟାର ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ । ସେ ଦୀନେଶ କାର୍ତ୍ତିକ ଓ ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କ ସହିତ କାର୍ଯ୍ୟ କରିଛନ୍ତି। ଡୋସ୍ଚେଟ୍ ବର୍ତ୍ତମାନ ଚଳିତ ମେଜର ଲିଗ୍ କ୍ରିକେଟ (ଏମ୍ଏଲ୍ସି)ରେ ଏଲ୍ଏ ନାଇଟ ରାଇଡର୍ସ ପାଇଁ କାର୍ଯ୍ୟ କରୁଛନ୍ତି। ଗମ୍ଭୀର ଖୋଲାଖୋଲି ଭାବେ ଡଚ୍ମ୍ୟାନଙ୍କ ପ୍ରତି ତାଙ୍କ ଇଚ୍ଛା ଜାହିର କରିଛନ୍ତି।
ତେବେ ବୋଲିଂ କୋଚ୍ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ। ରାହୁଲ ଡ୍ରାଭିଡଙ୍କ ଅମଳରେ କାର୍ଯ୍ୟକରୁଥିବା ଟି. ଦିଲୀପ ହୁଏତ୍ ଫିଲ୍ଡିଂ କୋଚ୍ ଭାବେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି। ବୋଲିଂ କୋଚ୍ ପାଇଁ ଗମ୍ଭୀର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ପୂର୍ବତନ ଭାରତୀୟ ସିମର ଆର. ବିନିୟ କୁମାର ଓ ଏଲ୍ ବାଲାଜୀ ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବୋଲର ମୋର୍ନ ମୋର୍କେଲଙ୍କ ନାମ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିନୟ ଓ ବାଲାଜୀଙ୍କୁ ପଛରେ ପକାଇ ମୋର୍କେଲଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ମିଳିପାରେ। କେକେଆରରେ ଗମ୍ଭୀରଙ୍କ ସହ ବିନୟ ଓ ବାଲାଜୀ କାର୍ଯ୍ୟ କରିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ମୋର୍କେଲ ତାଙ୍କ ସହ କାର୍ଯ୍ୟ କରିଛନ୍ତି। ମୋର୍କେଲ ଯଦି ରାଜି ହୁଅନ୍ତି ତେବେ ଅଷ୍ଟ୍ରେଲିଆର ଜୋ ଡାଓ୍ବିସଙ୍କ ପରେ ସେ ପ୍ରଥମ ବିଦେଶୀ ବୋଲିଂ କୋଚ୍ ହେବେ।
ସୂଚନାଯୋଗ୍ୟ, ମୋର୍କେଲ ଭାରତରେ ୫୦ ଓଭର ବିଶ୍ୱକପ୍ ପର୍ଯ୍ୟନ୍ତ ପାକିସ୍ତାନର ବୋଲିଂ କୋଚ୍ ଦାୟିତ୍ୱ ନିର୍ବାହ କରିଥିଲେ। ଭାରତୀୟ ଦଳ ଏକ ଚାର୍ଟାର୍ଡ ବିମାନ ଯୋଗେ ଜୁଲାଇ ୨୨ରେ ମୁମ୍ବାଇରୁ କଲମ୍ବୋ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନାୟାର ଓ ଦିଲୀପ ମଧ୍ୟ ଦଳ ସହିତ ଯାଇପାରନ୍ତି। ତେବେ ଡୋସ୍ଚେଟ୍ ଦଳରେ କେବେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇ ନାହିଁ।
The post ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍ଚେଟ appeared first on Dharitri Odia News.