ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ: ଝାରସୁଗୁଡାରେ ୪୫ ଡିଗ୍ରୀ ଅତିକ୍ରମ କଲା ତାତି

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । କିଛିଦିନର ବ୍ୟବଧାନ ପରେ ପୁଣି ତାତି ଉପର ମୁହାଁ ହୋଇଛି। ଏହି କ୍ରମରେ ଆଜି ପୁଣି ୪୫ଡ଼ିଗ୍ରୀ ଅତିକ୍ରମ କରିଛି ତାତି । ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି ରହିଥିବା ବେଳେ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।ଆଜି  ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ସମ୍ବଲପୁରରେ ୪୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହପିର ହୀରାକୁଦରେ ୪୪.୮ […]

ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ: ଝାରସୁଗୁଡାରେ ୪୫ ଡିଗ୍ରୀ ଅତିକ୍ରମ କଲା ତାତି
heat wave 2

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । କିଛିଦିନର ବ୍ୟବଧାନ ପରେ ପୁଣି ତାତି ଉପର ମୁହାଁ ହୋଇଛି। ଏହି କ୍ରମରେ ଆଜି ପୁଣି ୪୫ଡ଼ିଗ୍ରୀ ଅତିକ୍ରମ କରିଛି ତାତି । ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି ରହିଥିବା ବେଳେ ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।ଆଜି  ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। ସମ୍ବଲପୁରରେ ୪୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହପିର ହୀରାକୁଦରେ ୪୪.୮ ଡିଗ୍ରୀ, ରାଉରକେଲା-୪୩.୬ ଡିଗ୍ରୀ, କେନ୍ଦୁଝର- ୪୧. ୨ ଡିଗ୍ରୀ, ଭୁବନେଶ୍ବର ୩୯.୮ ଡିଗ୍ରୀ, ବାଲେଶ୍ବର- ୩୭.୫ ଡିଗ୍ରୀ, ଚନ୍ଦବାଲୀ-୩୭.୪ଡିଗ୍ରୀ, ଗୋପାଳପୁର- ୩୪.୫ ଡିଗ୍ରୀ ଓ ପାରାଦୀପ-୩୪.୫ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହ୍ୟୁମିଡିଟି ପାରାଦୀପରେ ୮୧ ପ୍ରତିଶତ ରହିଥିବା ବେଳେ ପୁରୀ-୭୯ ପ୍ରତିଶତ, ଗୋପାଳପୁର-୭୬ ପ୍ରତିଶତ, ବାଲେଶ୍ବର- ୭୨ ପ୍ରତିଶତ, ଚାନ୍ଦବାଲୀ- ୬୯ ପ୍ରତିଶତ ଓ ଭୁବନେଶ୍ବର ୬୦ ପ୍ରତିଶତ ରହିଛି।

WhatsApp Image 2024 05 29 at 15.32.26 e7c096c0