କାଠଯୋଡ଼ିକୁ କାହିଁକି ଡେଇଁଲେ ନଣନ୍ଦେଇ-ଶଳା ଭାଉଜ? ସାମ୍ନାକୁ ଆସିଲା ଆତ୍ମହତ୍ୟା ଉଦ୍ୟମର କାରଣ……
ବାଙ୍କୀ : ତ୍ରିଶୂଳିଆ ସୁବାସ ସେତୁରୁ ଗତକାଲି ସନ୍ଧ୍ୟା ସମୟରେ କାଠଯୋଡ଼ିକୁ ଡେଇଁ ନଣନ୍ଦେଇ-ଶଳା ଭାଉଜ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିଛି। ଶୁକ୍ରବାର ବାଙ୍କୀ ଥାନା ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଏବଂ କଟକ ନିମସାହି ଅଞ୍ଚଳର କୃଷ୍ଣ ମୁଦୁଲି କାଠଯୋଡ଼ିକୁ ଡେଇଁ ପଡିଥିଲେ। ପୁଲିସ ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନଥିଲା। ହେଲେ ଉଭୟ ଆଜି ସକାଳେ ପୁରୀଘାଟ ଥାନାରେ ହାଜର ହୋଇଥିଲେ। ଯାହା […]

ବାଙ୍କୀ : ତ୍ରିଶୂଳିଆ ସୁବାସ ସେତୁରୁ ଗତକାଲି ସନ୍ଧ୍ୟା ସମୟରେ କାଠଯୋଡ଼ିକୁ ଡେଇଁ ନଣନ୍ଦେଇ-ଶଳା ଭାଉଜ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିଛି। ଶୁକ୍ରବାର ବାଙ୍କୀ ଥାନା ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଏବଂ କଟକ ନିମସାହି ଅଞ୍ଚଳର କୃଷ୍ଣ ମୁଦୁଲି କାଠଯୋଡ଼ିକୁ ଡେଇଁ ପଡିଥିଲେ। ପୁଲିସ ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନଥିଲା। ହେଲେ ଉଭୟ ଆଜି ସକାଳେ ପୁରୀଘାଟ ଥାନାରେ ହାଜର ହୋଇଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା।କାଠଯୋଡି ନଦୀରେ ଏବେ ପାଣି ସ୍ରୋତ ପ୍ରଖର ରହିଛି। ପାଣି ଭିତରେ ରାତିରୁ ସକାଳ ଯାଏ ରହିବା ସମ୍ଭବ ନୁହେଁ, କିନ୍ତୁ ଉଭୟ କିପରି ଓ କେଉଁଠି ରହିଗଲେ , କିପରି ଉଦ୍ଧାର ହେଲେ ତାହା ଏଯାଏଁ ଜଣାପଡିନଥିବା ବେଳେ ପୁଲିସ ଏନେଇ ଉଭୟଙ୍କୁ ପଚରାଉଚରା ପରେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି କହିଛି।
ତେବେ ଏହାରି ମଧ୍ୟରେ ନଣନ୍ଦେଇ-ଶଳା ଭାଉଜ କାହିଁକି କାଠଯୋଡ଼ିକୁ ଡେଇଁଥିଲେ ତାହା କହିଛନ୍ତି ବର୍ଷାଙ୍କ ସ୍ୱାମୀ ପ୍ରଦ୍ୟୁମ୍ନ ଲେଙ୍କା। ଜୁଲାଇ ୧ ରୁ ଆରମ୍ଭ ହେଇଥିଲା ବର୍ଷା ଓ ପ୍ରଦ୍ୟୁମ୍ନଙ୍କ ମଧ୍ୟରେ ବିବାଦ। ନଣନ୍ଦେଇ କୃଷ୍ଣ ମୁଦୁଲିଙ୍କ ସହିତ ବର୍ଷା ଲେଙ୍କାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ଜୁଲାଇ ୧ ରେ କୃଷ୍ଣଙ୍କୁ ପ୍ରେମ କରି ପ୍ରଥମେ ଘର ଛାଡ଼ି ପଳାଇଥିଲେ ବର୍ଷା । ପ୍ରଦ୍ୟୁମ୍ନ ଶ୍ବଶୁର ଘରକୁ ଯାଇ ବୁଝା ସୁଝା କରି ବର୍ଷାକୁ ଘରକୁ ଆଣିଥିଲେ । ତେବେ ଏହି ଭଳି ଘଟଣା ବାରମ୍ବାର ହୋଇଥଲା । ପ୍ରଦ୍ୟୁମ୍ନଙ୍କୁ ଛାଡ଼ି ବର୍ଷା ୫ ଥର ଘରୁ ପଳାଇବା ପରେ ଗତକାଲି ଏନେଇ କଟକ ମହିଳା ଥାନାର ଦ୍ୱାରାସ୍ତ ହେଇଥିଲେ ପ୍ରଦ୍ୟୁମ୍ନ ଲେଙ୍କା।
ମହିଳା ଥାନା ଅଧିକାରୀ ଏନେଇ ଉଭୟ ଭିଣେଇ କୃଷ୍ଣ ମୁଦୁଲି , ସ୍ତ୍ରୀ ବର୍ଷା ଲେଙ୍କା ଥାନାକୁ ଡକାଇଥିଲେ । ଉଭୟଙ୍କୁ ବସାଇ ଥାନାରେ ସମାଧାନ କରିବାକୁ ଚେଷ୍ଟା କରିଥିବା ବେଳେ କୌଣସି ସମାଧାନ ହୋଇପାରିନଥିଲା । ତେବେ ଏହାପରେ ଗତକାଲି ସନ୍ଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ଚାଲି ଆସିଥିବା ବେଳେ ରାତି ୮ ଟାରେ କୃଷ୍ଣ ମୁଦୁଲି ତାଙ୍କୁ ଫୋନ କରିଥିଲେ । ଭିଣେଇ କୃଷ୍ଣ ମୁଦୁଲି ଶଳା ପ୍ରଦ୍ୟୁମ୍ନଙ୍କୁ ଫୋନ କରି କଣ ପାଇଁ ଥାନାକୁ ଗଲ ଆମେ ଯାଉଛୁ ଆତ୍ମହତ୍ୟା କରିବୁ, କାଲି ସକାଳେ ନ୍ୟୁଜରେ ଦେଖିବ କହି ଫୋନ କାଟିଦେଇଥିଲେ । ପରେ ପ୍ରଦ୍ୟୁମ୍ନ ଫୋନ କରିଥିବା ବେଳେ ଅନ୍ୟ ଜଣେ ବାଟୋଇ ଫୋନ ଉଠାଇ କହିଥିଲେ ଯେ ସେ ନଦୀକୁ ଡେଇଁ ପଡ଼ିଛନ୍ତି।
ପରେ ଏ ଘଟଣା ଅଞ୍ଚଳରେ ପ୍ରକାଶ ପାଇବା ପରେ ସାହିରେ ରୋଷେଇ ବାସ ବନ୍ଦ ହୋଇଯାଇଥିଲା ଏବଂ ସ୍ୱାମୀ ମଧ୍ୟ ଭାବିଥିଲେ ଯେ ଆଉ ବର୍ଷା ନାହିଁ । ହେଲେ ଆଜି ସକାଳୁ ଜାଣିବାକୁ ପାଇଲେ ଯେ ନଦୀକୁ ଡେଇଁଥିବା ନଣନ୍ଦେଇ-ଶଳା ଭାଉଜ ଜୀବିତ ଅଛନ୍ତି। ଆଉ ସେମାନେ ପୁରୀ ଘାଟ ଥାନାର ହାଜର ହୋଇଛନ୍ତି। ପ୍ରଦ୍ୟୁମ୍ନଙ୍କର ଗୋଟିଏ ଝିଅ ଓ ପୁଅ ଥିବା ବେଳେ ଏଭଳି ସ୍ତ୍ରୀକୁ ସେ ଆଉ ଗ୍ରହଣ କରିବେନି ବୋଲି କହିଛନ୍ତି ।