ଗରମରୁ ମିଳିବ ଆଶ୍ୱସ୍ତି, ୧୯ରୁ ୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୬।୦୨ :  ଆସନ୍ତା ୧୯ ତାରିଖରୁ ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ୧୯ରେ   ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ,   ଯାଜପୁର ଓ ଢେଙ୍କାନାଳରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା  ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,  ଯାଜପୁର, ଗଞ୍ଜାମ, ଗଜପତି, କଟକ ଓ  ଖୋର୍ଦ୍ଧାରେ ବର୍ଷା ହୋଇପାରେ । ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ  ୩୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ମାଲକାନଗିରିରେ ୩୫.୬,  ଖୋର୍ଦ୍ଧାରେ ୩୫.୫, ପାରଳାଖେମୁଣ୍ଡିରେ  ୩୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।  ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ  କମ୍‌ ବା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।  ରବିବାରଠାରୁ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

ଗରମରୁ ମିଳିବ ଆଶ୍ୱସ୍ତି, ୧୯ରୁ ୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୬।୦୨ :  ଆସନ୍ତା ୧୯ ତାରିଖରୁ ୨୧ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ୧୯ରେ   ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ,   ଯାଜପୁର ଓ ଢେଙ୍କାନାଳରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା  ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,  ଯାଜପୁର, ଗଞ୍ଜାମ, ଗଜପତି, କଟକ ଓ  ଖୋର୍ଦ୍ଧାରେ ବର୍ଷା ହୋଇପାରେ । 

ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ  ୩୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ମାଲକାନଗିରିରେ ୩୫.୬,  ଖୋର୍ଦ୍ଧାରେ ୩୫.୫, ପାରଳାଖେମୁଣ୍ଡିରେ  ୩୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।  ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ  କମ୍‌ ବା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।  ରବିବାରଠାରୁ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।