ଗର୍ଭପାତ ଆଇନ୍‌କୁ ନେଇ କ’ଣ ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? ଥିଙ୍କ ଟ୍ୟାଙ୍କର ପ୍ରୋଜେକ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଜାନୁଆରୀରେ କ୍ଷମତା ଗ୍ରହଣ କରିବେ। ତାଙ୍କ ସମ୍ମୁଖରେ ରହିବ ଅନେକ ବଡ଼ ଚାଲେଞ୍ଜ। ଏହା ଭିତରୁ ଆମେରିକାରେ ଗର୍ଭପାତ ନିୟମ ଏକ ବଡ଼ ପ୍ରସଙ୍ଗ। ୨୦୨୨ ମସିହାରେ, ଆମେରିକାର ସୁପ୍ରିମକୋର୍ଟ ଗର୍ଭପାତ କରିବାର ସାମ୍ବିଧାନିକ ଅଧିକାରକୁ ଖାରଜ କରିଥିଲେ। ତେବେ ସେଠାରେ ପ୍ରଚଳିତ ଗର୍ଭପାତ ବଟିକା ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ। କିନ୍ତୁ ଏବେ ବଦଳିଛି ସମୟ। ବଦଳିଛି ସରକାର। ଅପେକ୍ଷା ନିଷ୍ପତ୍ତିକୁ। ଗର୍ଭପାତ ଉପରେ ଟ୍ରମ୍ପଙ୍କ ଆଭିମୁଖ୍ୟ କ’ଣ ରହିବ, ତାହା ଥିଙ୍କ ଟ୍ୟାଙ୍କର ପ୍ରୋଜେକ୍ଟ ୨୦୨୫ରେ ଉଲ୍ଲେଖ କରାଯାଇଛି। ଆମେରିକାରେ ଗର୍ଭପାତ କରିବାର ସାମ୍ବିଧାନିକ ଅଧିକାରକୁ ଖାରଜ କରିଥିବା ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ତିନିଜଣ ବିଚାରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ନିଯୁକ୍ତ ହୋଇଥିଲେ। ନିର୍ବାଚନ ପ୍ରଚାର ପୂର୍ବରୁ ଏବଂ ନିର୍ବାଚନ ସମୟରେ ମଧ୍ୟ ଟ୍ରମ୍ପ କ୍ରମାଗତ ଭାବରେ ପ୍ରକାଶ କରିଆସୁଛନ୍ତି ଯେ ଗର୍ଭପାତର ଆବଶ୍ୟକତା ଅନୁଯାୟୀ ରାଜ୍ୟମାନଙ୍କର ନିଜସ୍ୱ ଆଇନ ରହିବା ଉଚିତ।ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଦେଶର ଲୋକଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଜାତୀୟ ସ୍ତରରେ ଗର୍ଭପାତ ନିଷେଧ ଆଇନରେ ଦସ୍ତଖତ କରିବେ ନାହିଁ। ଏହାର ଅର୍ଥ ହେଉଛି, ସାମଗ୍ରିକ ଭାବେ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ ଯେ ସେ ଗର୍ଭପାତ

ଗର୍ଭପାତ ଆଇନ୍‌କୁ ନେଇ କ’ଣ ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? ଥିଙ୍କ ଟ୍ୟାଙ୍କର ପ୍ରୋଜେକ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଜାନୁଆରୀରେ କ୍ଷମତା ଗ୍ରହଣ କରିବେ। ତାଙ୍କ ସମ୍ମୁଖରେ ରହିବ ଅନେକ ବଡ଼ ଚାଲେଞ୍ଜ। ଏହା ଭିତରୁ ଆମେରିକାରେ ଗର୍ଭପାତ ନିୟମ ଏକ ବଡ଼ ପ୍ରସଙ୍ଗ। ୨୦୨୨ ମସିହାରେ, ଆମେରିକାର ସୁପ୍ରିମକୋର୍ଟ ଗର୍ଭପାତ କରିବାର ସାମ୍ବିଧାନିକ ଅଧିକାରକୁ ଖାରଜ କରିଥିଲେ। ତେବେ ସେଠାରେ ପ୍ରଚଳିତ ଗର୍ଭପାତ ବଟିକା ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ। 

କିନ୍ତୁ ଏବେ ବଦଳିଛି ସମୟ। ବଦଳିଛି ସରକାର। ଅପେକ୍ଷା ନିଷ୍ପତ୍ତିକୁ। ଗର୍ଭପାତ ଉପରେ ଟ୍ରମ୍ପଙ୍କ ଆଭିମୁଖ୍ୟ କ’ଣ ରହିବ, ତାହା ଥିଙ୍କ ଟ୍ୟାଙ୍କର ପ୍ରୋଜେକ୍ଟ ୨୦୨୫ରେ ଉଲ୍ଲେଖ କରାଯାଇଛି। ଆମେରିକାରେ ଗର୍ଭପାତ କରିବାର ସାମ୍ବିଧାନିକ ଅଧିକାରକୁ ଖାରଜ କରିଥିବା ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ତିନିଜଣ ବିଚାରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ନିଯୁକ୍ତ ହୋଇଥିଲେ। 

ନିର୍ବାଚନ ପ୍ରଚାର ପୂର୍ବରୁ ଏବଂ ନିର୍ବାଚନ ସମୟରେ ମଧ୍ୟ ଟ୍ରମ୍ପ କ୍ରମାଗତ ଭାବରେ ପ୍ରକାଶ କରିଆସୁଛନ୍ତି ଯେ ଗର୍ଭପାତର ଆବଶ୍ୟକତା ଅନୁଯାୟୀ ରାଜ୍ୟମାନଙ୍କର ନିଜସ୍ୱ ଆଇନ ରହିବା ଉଚିତ।

ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଦେଶର ଲୋକଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଜାତୀୟ ସ୍ତରରେ ଗର୍ଭପାତ ନିଷେଧ ଆଇନରେ ଦସ୍ତଖତ କରିବେ ନାହିଁ। ଏହାର ଅର୍ଥ ହେଉଛି, ସାମଗ୍ରିକ ଭାବେ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ ଯେ ସେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ  କୌଣସି ପ୍ରକାରର ଫେଡେରାଲ ଆଇନକୁ ସମର୍ଥନ କରିବେ ନାହିଁ।