ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରି ସେନା ଯବାନ ଗିରଫ
ଇନ୍ଦୋର: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଦ୍ବାରା ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି। ମହିଳା(୩୫)ଙ୍କ ଅଭିଯୋଗ ଅନୁସାରେ, ଏକ ହୋଟେଲ୍ରେ ତାଙ୍କୁ ଉକ୍ତ ଯବାନ ଦୁଷ୍କର୍ମ କରିଥିଲେ। ସେ ତାଙ୍କୁ ଗତ ୧ ବର୍ଷ ଧରି ନିର୍ଯାତନା ଓ ବ୍ଲାକ୍ମେଲ୍ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଦୁଷ୍କର୍ମ ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ଘଟିଥିଲା। ଏହାପରେ ପୀଡ଼ିତା ମହିଳା ଥାନାକୁ ସୂଚିତ କରିଥିଲେ। ଅପରପକ୍ଷରେ, ଅଭିଯୁକ୍ତ ଯବାନ କହିଛନ୍ତି, ମହିଳା ଜଣକ ଜଣେ ବ୍ୟାଙ୍କ […]

ଇନ୍ଦୋର: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଦ୍ବାରା ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି। ମହିଳା(୩୫)ଙ୍କ ଅଭିଯୋଗ ଅନୁସାରେ, ଏକ ହୋଟେଲ୍ରେ ତାଙ୍କୁ ଉକ୍ତ ଯବାନ ଦୁଷ୍କର୍ମ କରିଥିଲେ। ସେ ତାଙ୍କୁ ଗତ ୧ ବର୍ଷ ଧରି ନିର୍ଯାତନା ଓ ବ୍ଲାକ୍ମେଲ୍ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଦୁଷ୍କର୍ମ ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ଘଟିଥିଲା। ଏହାପରେ ପୀଡ଼ିତା ମହିଳା ଥାନାକୁ ସୂଚିତ କରିଥିଲେ। ଅପରପକ୍ଷରେ, ଅଭିଯୁକ୍ତ ଯବାନ କହିଛନ୍ତି, ମହିଳା ଜଣକ ଜଣେ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀ। ଗତ ୧ ବର୍ଷ ପୂର୍ବେ ମୋହ କ୍ୟାଣ୍ଟନ୍ମେଣ୍ଟରେ ସାମଗ୍ରୀ କିଣିବାକୁ ସେ ଆସିଥିଲେ ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ଘଟଣାଦିନ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ତାଙ୍କର ରକ୍ତସ୍ରାବ ଘଟିଥିଲା। ପୁଲିସ୍ ସୂଚନା ଅନୁସାରେ, ଯବାନ ଜଣକ ପୀଡ଼ିତା ମହିଳାଙ୍କ ଘରକୁ ଯାଉଥିଲେ। ସେ ଗାଧୋଇବା ସମୟରେ ତାଙ୍କର ଭିଡ଼ିଓ ଉଠାଇଥିଲେ। ଏହାକୁ ନେଇ ସେ ମହିଳାଙ୍କୁ ବ୍ଲାକ୍ମେଲ୍ କରି ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ। ଘଟଣା ଦିନ, ଭୟଭୀତ କରାଇ ଯବାନ ଜଣକ ପୀଡ଼ିତା ମହିଳାଙ୍କୁ ହୋଟେଲ୍କୁ ଡାକିଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୁଲିସ ଅଭିଯୁକ୍ତ ଯବାନଙ୍କୁ ଗିରଫ କରିଛି।