ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ
ଦିଗପହଣ୍ଡି,୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ମିଶନ ଶକ୍ତି ଭବନ ଠାରେ ଶନିବାର ସେକ୍ଟରସ୍ତରୀୟ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡ଼ି ସୁପରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଆଙ୍କୋରଡା ସରପଞ୍ଚ ରୀନା ପ୍ରଧାନ, ପ୍ରତିନିଧି ଶିଶିର ପ୍ରଧାନ, ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ବିଦ୍ୟାଧର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। କିଶୋରୀ ମାନଙ୍କ ଶିକ୍ଷା, ସୁରକ୍ଷା, […] The post ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ appeared first on Dharitri Odia News.
ଦିଗପହଣ୍ଡି,୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ମିଶନ ଶକ୍ତି ଭବନ ଠାରେ ଶନିବାର ସେକ୍ଟରସ୍ତରୀୟ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡ଼ି ସୁପରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଆଙ୍କୋରଡା ସରପଞ୍ଚ ରୀନା ପ୍ରଧାନ, ପ୍ରତିନିଧି ଶିଶିର ପ୍ରଧାନ, ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ବିଦ୍ୟାଧର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। କିଶୋରୀ ମାନଙ୍କ ଶିକ୍ଷା, ସୁରକ୍ଷା, ସ୍ବାସ୍ଥ୍ୟ, ପରିଚ୍ଛନ୍ନତା ସହ ଲିଙ୍ଗଗତ ସମାନତା, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ, ବାଲ୍ୟବିବାହ ନିରୋଧ ଆଦି ସମ୍ପର୍କରେ ଅତିଥି ବୃନ୍ଦ ଉପସ୍ଥିତ କିଶୋରୀ ଏବଂ ମହିଳା ମାନଙ୍କୁ ସଚେତନତା କରାଇଥିଲେ। ଏହି ଅବସରରେ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା।
The post ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ appeared first on Dharitri Odia News.