ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ…

ଭୁବନେଶ୍ୱର,୧୯।୯: ରାଜ୍ୟର ସମସ୍ତ ଜିଲାରେ ମେଡିକାଲ କଲେଜ ହେବ। ଗୁରୁବାର ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି।ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ହେବ। ଏହାବାଦ ଅନ୍ୟ ସବୁ ଜିଲାରେ ବି ମେଡିକାଲ କଲେଜ ହେବ।‘ମେଡିକାଲ କଲେଜ ଏବଂ […] The post ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ… appeared first on Dharitri Odia News.

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ…

ଭୁବନେଶ୍ୱର,୧୯।୯: ରାଜ୍ୟର ସମସ୍ତ ଜିଲାରେ ମେଡିକାଲ କଲେଜ ହେବ। ଗୁରୁବାର ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଖୁବଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି।ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ହେବ। ଏହାବାଦ ଅନ୍ୟ ସବୁ ଜିଲାରେ ବି ମେଡିକାଲ କଲେଜ ହେବ।‘ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି।

ଶହେ ଦିନ ପୂର୍ତ୍ତି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରି କହିଛନ୍ତି,୨୭ ହଜାର ହସ୍ପିଟାଲରେ ଆୟୁଷ୍ମାନ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସୁବିଧା ମିଳିବ। ପୂର୍ବ ସରକାରରେ ମାତ୍ର ୯ଶହ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା। ଖୁବଶୀଘ୍ର ୩ ହଜାର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହେବେ। ପୁରୀ ମେଡିକାଲ କଲେଜରେ ବିଏସ୍ସି ନର୍ସିଂ କୋର୍ସ ଆରମ୍ଭ ହେବ। ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

The post ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସବୁ ଜିଲାରେ ହେବ… appeared first on Dharitri Odia News.