ଗଳଗଣ୍ଡ ରୋଗ ଦୂରକରୁଛି ପତଞ୍ଜଳି ଥାଇରୋଗ୍ରିଟ୍
ଭୁବନେଶ୍ୱର,୨7।୬(ଅନୁରାଧା ମହାରଣା): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପତଞ୍ଜଳି ଯୋଗପୀଠର ଅଗ୍ରଣୀ ପ୍ରତିଷ୍ଠାନ ପତଞ୍ଜଳି ଆୟୁର୍ବେଦକୁ ନିକଟରେ ଅନ୍ତର୍ଜାତୀୟସ୍ତରର ସମ୍ମାନ ସହ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ପତଞ୍ଜଳି ଆୟୁର୍ବେଦ ସଂସ୍ଥାନର ଗବେଷଣା ଓ ଅଭିଜ୍ଞ ଗବେଷକ (ବୈଜ୍ଞାନିକ)ଙ୍କ ଦ୍ୱାରା ରିସର୍ଚ୍ଚରୁ ଏକ ଅମୂଲ୍ୟ ଔଷଧୀୟ ଗୁଣଥିବା ହର୍ବାଲ ମେଡିସିନ୍ ଥାଇରୋଗ୍ରିଟ୍ ସମ୍ପର୍କରେ ବିସ୍ତୃତ ସୂଚନା ବିଶ୍ୱର ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ହାଇପୋଥାଇରୋଡିଜମ୍ ବା ଗଳଗଣ୍ଡ ରୋଗରେ ଅନେକ ସଂଖ୍ୟାରେ ଲୋକ […] The post ଗଳଗଣ୍ଡ ରୋଗ ଦୂରକରୁଛି ପତଞ୍ଜଳି ଥାଇରୋଗ୍ରିଟ୍ appeared first on Dharitri Odia News.
ଭୁବନେଶ୍ୱର,୨7।୬(ଅନୁରାଧା ମହାରଣା): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପତଞ୍ଜଳି ଯୋଗପୀଠର ଅଗ୍ରଣୀ ପ୍ରତିଷ୍ଠାନ ପତଞ୍ଜଳି ଆୟୁର୍ବେଦକୁ ନିକଟରେ ଅନ୍ତର୍ଜାତୀୟସ୍ତରର ସମ୍ମାନ ସହ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ପତଞ୍ଜଳି ଆୟୁର୍ବେଦ ସଂସ୍ଥାନର ଗବେଷଣା ଓ ଅଭିଜ୍ଞ ଗବେଷକ (ବୈଜ୍ଞାନିକ)ଙ୍କ ଦ୍ୱାରା ରିସର୍ଚ୍ଚରୁ ଏକ ଅମୂଲ୍ୟ ଔଷଧୀୟ ଗୁଣଥିବା ହର୍ବାଲ ମେଡିସିନ୍ ଥାଇରୋଗ୍ରିଟ୍ ସମ୍ପର୍କରେ ବିସ୍ତୃତ ସୂଚନା ବିଶ୍ୱର ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ହାଇପୋଥାଇରୋଡିଜମ୍ ବା ଗଳଗଣ୍ଡ ରୋଗରେ ଅନେକ ସଂଖ୍ୟାରେ ଲୋକ ପୀଡ଼ିତ ହେଉଥିବାବେଳେ ଆଧୁନିକ ଚିକିତ୍ସା କ୍ଷେତ୍ରରେ ହର୍ମୋନାଲ ରିପ୍ଲେସ୍ମେଣ୍ଟ ଥେରାପି ଦ୍ୱାରା ଚିକିତ୍ସା କରାଯାଉଛି। ଏହି ରୋଗ ହୃଦ୍ରୋଗ, ବନ୍ଧ୍ୟାଦୋଷ ଭଳି ସମସ୍ୟା ସୃଷ୍ଟି କରିବା ସହ ଶିଶୁଙ୍କ ମାନସିକ ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ। ମାତ୍ର ଆୟୁର୍ବେଦ ଓ ପ୍ରାଚୀନ ଚିକିତ୍ସା ବିଜ୍ଞାନ ଆଧାରରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ଥାଇରୋଗ୍ରୀଟ୍ ଦ୍ୱାରା ଏହି ରୋଗରୁ ମୁକ୍ତି ମିଳୁଥିବା ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ବିଶ୍ୱସ୍ତରୀୟ ରିସର୍ଚ୍ଚ ଜର୍ନାଲ କ୍ଲିନିକାଲ ଫାଇଟୋସାଇନ୍ସରେ ଏହା ଉପରେ କରାଯାଇଥିବା ଅନୁସନ୍ଧାନମୂଳ ଲେଖା ପ୍ରକାଶ ପାଇଛି। ଏନେଇ ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ପତଞ୍ଜଳି ପ୍ରସ୍ତୁତ ଥାଇରୋଗ୍ରୀଟ୍ ସମଗ୍ର ବିଶ୍ୱର ଗଳଗଣ୍ଡ ରୋଗୀଙ୍କୁ ରୋଗମୁକ୍ତ କରିବାରେ ସହାୟକ ହେବ।
The post ଗଳଗଣ୍ଡ ରୋଗ ଦୂରକରୁଛି ପତଞ୍ଜଳି ଥାଇରୋଗ୍ରିଟ୍ appeared first on Dharitri Odia News.