ଗହମ, ଚାଉଳ ଓ ଚିନି ଉପରେ ହଟିବନି ରପ୍ତାନୀ କଟଣା: କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

ନୂଆଦିଲ୍ଲୀ: ଗହମ, ଚାଉଳ ଓ ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣା ଏବେ ଉଠିବ ନାହିଁ। ଏନେଇ ସରକାର ବର୍ତ୍ତମାନ କୌଣସି ଚିନ୍ତା କରୁ ନାହନ୍ତି ବୋଲି କେନ୍ଦ୍ର ପାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ଏଥିସହିତ ଗହମ ଓ ଚିନିର ରପ୍ତାନୀ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏ ବିଷୟରେ ସୂଚନା ଦେଇ ପିୟୁଷ ଗୋୟଲ କହିଛନ୍ତି “ ଚିନି, ଗହମ ଓ ଚାଉଳ ରପ୍ତାନୀ ଉପରେ ଲାଗିଥିବା କଟକଣା ଉଠାଇବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ।  ବର୍ତ୍ତମାନ ଭାରତ ଗହମ ଓ ଚିନ ରପ୍ତାନୀ କରିବ ନାହିଁ।” ପଢ଼ନ୍ତୁ-ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ପାଇଲା ଭାରତୀୟ ବାସୁମତି ଚାଉଳ ସୂଚନା ଥାଉକି ମେ ୨୦୨୨ରେ ଭାରତ ଗହମ ରପ୍ତାନୀ ବ୍ୟାନ୍ କରିଥିଲା। ସେହିପରି ଅଣବାସୁମିତ ଚାଉଳ ରପ୍ତାନୀ ଉଫରେ ଜୁଲାଇ ୨୦୨୩ରେ କଟକଣା ଲାଗିଥିଲା। ସେହିପରି ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ସୂଚନା ଥାଉକି ଦେଶରେ ଗହମ, ଚାଉଳ ଓ ଚିନି ମୂଲ୍ୟ ଉପରେ ନିୟନ୍ତ୍ରଣ ଲଗାଇବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ଘରୋଇ ମାର୍କେଟ୍‌ରେ ଚାଉଳର ଅହେତୁକ ବୃଦ୍ଧି ଯୋଗୁ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ଏମିତିକି କେଜି ୧୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ କଟକଣା ଲଗାଇ ଘରୋଇ ମାର୍କେଟ୍‌ରେ ମୂଲ୍ୟ ସ୍ଥିର ରଖିବାକୁ ଚେଷ୍ଟା କରିଛ

ଗହମ, ଚାଉଳ ଓ ଚିନି ଉପରେ ହଟିବନି ରପ୍ତାନୀ କଟଣା: କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

piyush-goel

ନୂଆଦିଲ୍ଲୀ: ଗହମ, ଚାଉଳ ଓ ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣା ଏବେ ଉଠିବ ନାହିଁ। ଏନେଇ ସରକାର ବର୍ତ୍ତମାନ କୌଣସି ଚିନ୍ତା କରୁ ନାହନ୍ତି ବୋଲି କେନ୍ଦ୍ର ପାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ଏଥିସହିତ ଗହମ ଓ ଚିନିର ରପ୍ତାନୀ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଏ ବିଷୟରେ ସୂଚନା ଦେଇ ପିୟୁଷ ଗୋୟଲ କହିଛନ୍ତି “ ଚିନି, ଗହମ ଓ ଚାଉଳ ରପ୍ତାନୀ ଉପରେ ଲାଗିଥିବା କଟକଣା ଉଠାଇବା ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ।  ବର୍ତ୍ତମାନ ଭାରତ ଗହମ ଓ ଚିନ ରପ୍ତାନୀ କରିବ ନାହିଁ।”

ପଢ଼ନ୍ତୁ-ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ପାଇଲା ଭାରତୀୟ ବାସୁମତି ଚାଉଳ

ସୂଚନା ଥାଉକି ମେ ୨୦୨୨ରେ ଭାରତ ଗହମ ରପ୍ତାନୀ ବ୍ୟାନ୍ କରିଥିଲା। ସେହିପରି ଅଣବାସୁମିତ ଚାଉଳ ରପ୍ତାନୀ ଉଫରେ ଜୁଲାଇ ୨୦୨୩ରେ କଟକଣା ଲାଗିଥିଲା। ସେହିପରି ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

ସୂଚନା ଥାଉକି ଦେଶରେ ଗହମ, ଚାଉଳ ଓ ଚିନି ମୂଲ୍ୟ ଉପରେ ନିୟନ୍ତ୍ରଣ ଲଗାଇବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ଘରୋଇ ମାର୍କେଟ୍‌ରେ ଚାଉଳର ଅହେତୁକ ବୃଦ୍ଧି ଯୋଗୁ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ଏମିତିକି କେଜି ୧୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ କଟକଣା ଲଗାଇ ଘରୋଇ ମାର୍କେଟ୍‌ରେ ମୂଲ୍ୟ ସ୍ଥିର ରଖିବାକୁ ଚେଷ୍ଟା କରିଛନ୍ତି।

ପଢ଼ନ୍ତୁ-ଡିସେମ୍ବର​ରେ ଭାଙ୍ଗିଲା ଚାରି ମାସର ରେକର୍ଡ, ୫.୬୯ ପ୍ରତିଶତକୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ସେହିପରି ଇଥାନଲ ଉତ୍ପାଦନ ପାଇଁ ଆଖୁର ବ୍ୟବହାର ଅଧିକ ହେବାରୁ ଚିନି ଉତ୍ପାଦନ ହ୍ରାସ ହୋଇଥିଲା। ଏଥିପାଇଁ ଚିନିର ମୂଲ୍ୟ ମଧ୍ୟ ବଢିଯାଇଥିଲା। ଫଳରେ ସରକାର ଇଥାନଲ ପାଇଁ ଆଖୁର ବ୍ୟବହାରକୁ କମାଇବା ସହ ଚିନି ରପ୍ତାନୀ ଉପରେ ବି କଟକଣା ଲଗାଇଥିଲେ।   

The post ଗହମ, ଚାଉଳ ଓ ଚିନି ଉପରେ ହଟିବନି ରପ୍ତାନୀ କଟଣା: କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ appeared first on Prameya News7.