ପାକିସ୍ତାନର ଘନିଷ୍ଠ ସହଯୋଗୀ, ଭାରତ ଉପରେ ଲଗାଉଛି କଟକଣା, ଏମିତି ଦେଶ ଆମେରିକା

ନୂଆଦିଲ୍ଲୀ ୨।୩: ଆମେରିକାର ବିଦେଶ ନୀତି ମୂଳରୁ ରହସ୍ୟମୟ। ଗୋଟିଏପଟେ ସେ ମିତ୍ର ଦେଶଙ୍କୁ ସହାୟତା କରୁଥିବାର ଦାବି କରେ, ଅନ୍ୟପଟେ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ଦେଶକୁ ପଦଦଳିତ କରିବାକୁ ପଛାଏ ନାହିଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କର ହ୍ୱାଇଟହାଉସ୍ ରେ ହୋଇଥିବା ଝଗଡାକୁ ଏହାର ତାଜା ଉଦାହରଣ ରୂପେ ଦେଖାଯାଇପାରେ। ତେବେ ଏହି କାହାଣୀ କେବଳ ଆମେରିକା ଓ ୟୁକ୍ରେନ ମଧ୍ୟରେ ସୀମିତ ନାହିଁ, ଭାରତ ଓ ପାକିସ୍ତାନ ସହିତ ଆମେରିକାର ପରିବର୍ତ୍ତିତ ସମ୍ପର୍କକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଆମେରିକାର ବନ୍ଧୁତ୍ୱ କେବଳ ନୀଜର ସ୍ୱାର୍ଥ ସାଧାନ ପାଇଁ। ୨୮ ଫେବୃଆରୀ ୨୦୨୫ ଆମେରିକା ରାଷ୍ଟ୍ରପତିଙ୍କ ହ୍ୱାଇଟହାଉସ୍ ଓଭାଲ ଅଫିସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ଏବେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଏହି ସାକ୍ଷାତ ଆଲୋଚନା ୟୁକ୍ରେନର ଖଣିଜ ସଂସାଧନକୁ ନେଇ ଏକ ବୁଝାମଣା ସ୍ୱାକ୍ଷର  ନିମନ୍ତେ ଥିଲା। ଟ୍ରମ୍ପ ଏହି ବୁଝାମଣାକୁ ଆମେରିକୀୟ କରଦାତାଙ୍କ ପଇସାର ଅସୁଲ ରୂପେ ଦେଖୁଥିଲେ। ହେଲେ ଆଲୋଚନା କଥା କଟାକଟିରେ ବଦଳି ଯାଇଥିଲା। ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସ ୟୁକ୍ରେନ ଉପରେ ଆମେରିକାର ସହାୟତା ନିମନ୍ତେ ସାମାନ୍ୟତମ ‘କୃତଜ୍ଞତା’ ବି ନଥିବାର ଅଭିଯୋଗ କରିଥିଲେ। ଏହି ଅବସରରେ ଟ୍ରମ୍ପ ଋଷିଆ ସହିତ ଜେଲେନସ୍କି ଶାନ୍ତି ବୁଝାମ

ପାକିସ୍ତାନର ଘନିଷ୍ଠ ସହଯୋଗୀ, ଭାରତ ଉପରେ ଲଗାଉଛି କଟକଣା, ଏମିତି ଦେଶ ଆମେରିକା

ନୂଆଦିଲ୍ଲୀ ୨।୩: ଆମେରିକାର ବିଦେଶ ନୀତି ମୂଳରୁ ରହସ୍ୟମୟ। ଗୋଟିଏପଟେ ସେ ମିତ୍ର ଦେଶଙ୍କୁ ସହାୟତା କରୁଥିବାର ଦାବି କରେ, ଅନ୍ୟପଟେ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ଦେଶକୁ ପଦଦଳିତ କରିବାକୁ ପଛାଏ ନାହିଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କର ହ୍ୱାଇଟହାଉସ୍ ରେ ହୋଇଥିବା ଝଗଡାକୁ ଏହାର ତାଜା ଉଦାହରଣ ରୂପେ ଦେଖାଯାଇପାରେ। 

ତେବେ ଏହି କାହାଣୀ କେବଳ ଆମେରିକା ଓ ୟୁକ୍ରେନ ମଧ୍ୟରେ ସୀମିତ ନାହିଁ, ଭାରତ ଓ ପାକିସ୍ତାନ ସହିତ ଆମେରିକାର ପରିବର୍ତ୍ତିତ ସମ୍ପର୍କକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଆମେରିକାର ବନ୍ଧୁତ୍ୱ କେବଳ ନୀଜର ସ୍ୱାର୍ଥ ସାଧାନ ପାଇଁ। ୨୮ ଫେବୃଆରୀ ୨୦୨୫ ଆମେରିକା ରାଷ୍ଟ୍ରପତିଙ୍କ ହ୍ୱାଇଟହାଉସ୍ ଓଭାଲ ଅଫିସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ଏବେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଏହି ସାକ୍ଷାତ ଆଲୋଚନା ୟୁକ୍ରେନର ଖଣିଜ ସଂସାଧନକୁ ନେଇ ଏକ ବୁଝାମଣା ସ୍ୱାକ୍ଷର  ନିମନ୍ତେ ଥିଲା। ଟ୍ରମ୍ପ ଏହି ବୁଝାମଣାକୁ ଆମେରିକୀୟ କରଦାତାଙ୍କ ପଇସାର ଅସୁଲ ରୂପେ ଦେଖୁଥିଲେ। ହେଲେ ଆଲୋଚନା କଥା କଟାକଟିରେ ବଦଳି ଯାଇଥିଲା। 

ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସ ୟୁକ୍ରେନ ଉପରେ ଆମେରିକାର ସହାୟତା ନିମନ୍ତେ ସାମାନ୍ୟତମ ‘କୃତଜ୍ଞତା’ ବି ନଥିବାର ଅଭିଯୋଗ କରିଥିଲେ। ଏହି ଅବସରରେ ଟ୍ରମ୍ପ ଋଷିଆ ସହିତ ଜେଲେନସ୍କି ଶାନ୍ତି ବୁଝାମଣା କରନ୍ତୁ ବୋଲି କହିଥିଲେ। ଜବାବରେ ଜେଲେନସ୍କି  ଭ୍ଲାଦିମୀର ପୁଟିନଙ୍କ ଉପରେ ବିଶ୍ୱାସ କରାଯାଇ ନପାରେ ବୋଲି କହିଥିଲେ ଓ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ଚାହିଁଥିଲେ।  ଏହି ଝଗଡା ଆମେରିକା ବିଦେଶ ନୀତିର ସେହି ଚେହେରାକୁ ଉଜାଗର କରିଛି ଯାହା ନିଜ ସହଯୋଗୀଙ୍କୁ ଆମେରିକାର ହୀତ ଲାଗି ନଇଁବାକୁ ବାଧ୍ୟ କରେ। 

ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ‘ଜେଲେନସ୍କି ଆମେରିକାର ଅପମାନ କରିଛନ୍ତି। ସେ ସେତେବେଳେ ଯାଇ ଆସିବେ ଯେବେ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ଥିବେ’। ଏଥିରୁ ଟ୍ରମ୍ପ ପ୍ରଶାସନ ୟୁକ୍ରେନକୁ ଏକ ସାର୍ବଭୌମ ରାଷ୍ଟ୍ର ନୁହେଁ ଏକ ବ୍ୟବସାୟିକ ଡିଲ ଭାବେ ଦେଖୁଥିବା ସ୍ପଷ୍ଟ ହୋଇଯାଇଛି। ତେବେ ଆମେରିକାର ଏହି ନୀତି କିଛି ନୂଆ ନୁହେଁ। ଇତିହାସ ସାକ୍ଷୀ ଭାରତ ବିରୋଧରେ ଆମେରିକା ବାରମ୍ବାର ପାକିସ୍ତାନକୁ ଆର୍ଥିକ ଓ ସାମରିକ ସହାୟତା କରିଛି। କେବଳ ଏତିକି ନୁହେଁ ପାକିସ୍ତାନ ପ୍ରେମ ପାଇଁ ବାରମ୍ବାର ଭାରତ ଆମେରିକୀୟ କଟକଣାର ସମ୍ମୁଖୀନ ବି ହୋଇଛି।  

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ଓ ନିଜ ନୌସେନାର ସପ୍ତମ ଭେଳାକୁ ବଙ୍ଗୋପସାଗରକୁ ପଠାଇଥିଲା। ଆମେରିକା ସରକାର ସଫେଇରେ କହିଥିଲେ ଏହାର ଉଦ୍ଦେଶ୍ୟ ଯୁଦ୍ଧ ବୀରାମ ପରେ ପୂର୍ବ ପାକିସ୍ତାନରୁ ପାକିସ୍ତାନୀ ସୈନିକଙ୍କୁ ବାହାର କରିବାରେ ସହାୟତା ପାଇଁ ପଠାଯାଇଥିଲା। ତେବେ ଆମେରିକା ନୌସେନାର ସପ୍ତମଭେଳା ଭାରତକୁ ଧମକାଇବା ଓ ବାଂଲାଦେଶ ମୁକ୍ତିକୁ ରୋକିବା ପାଇଁ ଉଦ୍ଧିଷ୍ଟ ଥିଲା। ଏହାର ଜବାବରେ ସୋଭିଏତ ସଂଘ ବଙ୍ଗୋପସାଗରରେ ଆମେରିକା ଓ ବ୍ରିଟେନ ନୌସେନାର ଉପସ୍ଥିତି ମୁକାବିଲା ନିମନ୍ତେ ବ୍ଲାଡିଭୋସ୍ତକରୁ ଏକ ସଶସ୍ତ୍ର ପରମାଣୁ ଫ୍ଲୋଟିଲା ପଠାଇଥିଲା। ଋଷିଆର ଏହି ପଦକ୍ଷେପ ଆମେରିକା ଓ ବ୍ରିଟେନକୁ ଯୁଦ୍ଧରେ ଆଗକୁ ହସ୍ତକ୍ଷେପ କରିବାରେ ରୋକିଥିଲା। ଯାହା ଫଳରେ ବାଂଲାଦେଶ ସ୍ୱାଧୀନ ହୋଇଥିଲା। 

କେବଳ ଏତିକି ନୁହେଁ ୧୯୯୮ ମସିହାରେ ପୋଖରନ ପରମାଣୁ ପରୀକ୍ଷଣ ପରେ ଆମେରିକା ଭାରତ ଉପରେ କଡ଼ କଟକଣା ଲାଗୁ କରିଥିଲା। ତେବେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ବେଳେ ଆମେରିକା ମୌନ ରହୁଥିଲା। ୧୯୯୯ କାରଗିଲ ଯୁଦ୍ଧ ଓ ୨୦୦୧ ମସିହାର ୯/୧୧ ପରେ ଆମେିରିକାକୁ ପାକିସ୍ତାନର ଆବଶ୍ୟକତା ପଡିଲା। କାରଣ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏଣୁ ୨୦୦୧ ମସିହାରେ ପାକିସ୍ତାନ ଉପରେ ଲଗାଯାଇଥିବା ଅଧିକାଂଶ କଟକଣାକୁ ଆମେରିକା ହଟାଇ ଦେଇଥିଲା। 

ଆମେରିକା ସର୍ବଦା ଭାରତ ବଦଳେ ପାକିସ୍ତାନକୁ ନିଜର ସହଯୋଗୀ ରୂପେ ଦେଖି ଆସିଛି। କାରଣ ଆଫଗାନିସ୍ତାନ ଓ ମଧ୍ୟ ଏସିଆରେ ଆମେରିକାର ନୀତିକୁ ପାକିସ୍ତାନ ସମର୍ଥନ କରୁଥିଲା। ଆଫଗାନିସ୍ତାନରୁ ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ବି ପାକିସ୍ତାନକୁ ନିଜର ରଣନୈତିକ ଭାଗିଦାର କରି ରଖିଛି । ଏହି ଦୋହରା ମାନଦଣ୍ଡ ଟ୍ରମ୍ପ-ଜେଲେନସ୍କି ବିବାଦ ସହିତ ଅନେକାଂଶରେ ମେଳ ଖାଉଛି। ଆମେରିକା ଏବେ ୟୁକ୍ରେନରେ ନିଜ ନିବେଶର ହିସାବ ମାଗୁଛି, ହେଲେ ପାକିସ୍ତାନକୁ ଏ ପର୍ଯ୍ୟନ୍ତ ଦେଇଆସିଥିବା ସହାୟତା ନିମନ୍ତେ ଏପରି କୌଣସି ସର୍ତ୍ତ ଦେଖୁ ନାହିଁ। ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ସର୍ବଦା ଅଗ୍ରଣୀ ରହିଛି। ତେବେ ଭାରତକୁ ପ୍ରାୟତଃ ଆମେରିକା ନୀତିରେ ଉପେକ୍ଷାର ଶିକାର ହେବାକୁ ପଡିଛି। 

ଏଥିରେ ଟ୍ରମ୍ପ-ଜେଲେନସ୍କି ଝଗଡା ଭାରତ ପାଇଁ ଏକ ଚେତାବନୀ। ଆମେରିକା ଉପରେ ସମ୍ପୂର୍ଣ୍ଣ ନିର୍ଭର ରହିବା ବଦଳେ ଭାରତକୁ ନିଜର ପ୍ରତିରକ୍ଷା ଓ ଆର୍ଥିକ ନୀତିଗୁଡିକରେ ଆତ୍ମନିର୍ଭର ହେବାକୁ ପଡିବ। ଋଷିଆରୁ ଏସ-୪୦୦ କ୍ଷେପଣାସ୍ତ୍ର ନିରୋଧୀ ପ୍ରଣାଳୀ କିଣିବା ହେଉ ଅଥବା କ୍ୱାଡରେ ସକ୍ରିୟତା ଭାରତ ସବୁଥିଲେ ସନ୍ତୁଳନ ରଖିବାଲାଗି ଉଦ୍ୟମ କରିଆସିଛି। ତେବେ ଭାରତର ଆମେରିକା ନିର୍ଭର ଯୋଗ୍ୟ ସହଯୋଗୀ ତାହା ଆମେରିକାର ଅନିଶ୍ଚିତ ନୀତି ଲାଗି  ସବୁବେଳେ ପ୍ରଶ୍ନବାଚୀରେ ରହିଛି।