ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ), ନିର୍ବାଚନରେ ବିଜୟ ପରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସାଂସଦୀୟ କ୍ଷେତ୍ରର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ମୌଳିକ ସମସ୍ୟା ବୁଝୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଅଧୀନ କାଠବାରୀ ପଞ୍ଚାୟତର ବାରିଗାଁ, ଲକ୍ଷ୍ମୀ ପୋଷି, ଭୁଦବହାଳି, କୁମୁଳାବହାଳି, ଜଗନ୍ନାଥପୁର ଗ୍ରାମକୁ ଯାଇ ଏମ୍‌ପି ନାୟକ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଆବଶ୍ୟକ […] The post ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି appeared first on Dharitri Odia News.

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ), ନିର୍ବାଚନରେ ବିଜୟ ପରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସାଂସଦୀୟ କ୍ଷେତ୍ରର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ମୌଳିକ ସମସ୍ୟା ବୁଝୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଅଧୀନ କାଠବାରୀ ପଞ୍ଚାୟତର ବାରିଗାଁ, ଲକ୍ଷ୍ମୀ ପୋଷି, ଭୁଦବହାଳି, କୁମୁଳାବହାଳି, ଜଗନ୍ନାଥପୁର ଗ୍ରାମକୁ ଯାଇ ଏମ୍‌ପି ନାୟକ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଏମ୍‌ପି ନାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରି ଗାଁକୁ ପାଛୋଟି ନେଇଥିଲେ। ତାଙ୍କୁ ବିଜୟୀ କରିଥିବାରୁ ଏମ୍‌ପି ନାୟକ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲା ଉପସଭାପତି ଶିବକୁମାର ରାଠୋର, ଜିଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ମଣ୍ଡଳ ସଭାପତି ଚିନ୍ତାମଣି ମହାନ୍ତ, ପ୍ରହଲ୍ଲାଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

The post ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି appeared first on Dharitri Odia News.