ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ଖାରଜ: ପ୍ରସ୍ତାବ ଆଗତ ପୂର୍ବରୁ ମିଳି ନଥିଲା ୧୪ ଦିନିଆ ନୋଟିସ
କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇନଥିବା ଓ ପ୍ରସ୍ତାବରେ ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ଭୁଲ ଲେଖାଯାଇଥିବା ଦର୍ଶାଇ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ସେ କହିଛନ୍ତି ଯେ ଏଭଳି ପ୍ରସ୍ତାବ ଆଣିବା ପାଇଁ ୧୪ ଦିନିଆ ନୋଟିସ ଦେବା ବାଧ୍ୟତାମୂଳକ। ହେଲେ ଏ କ୍ଷେତ୍ରରେ ଏହି ନୋଟିସ ଦିଆଯାଇନାହିଁ। ଏଥିରେ ଗୃହର ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ମଧ୍ୟ ଭୁଲ ଲେଖାଯାଇଥିବା ସେ କହିଛନ୍ତି। ତେବେ ରାଜ୍ୟସଭା ଇତିହାସରେ ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ବାରମ୍ବାର କହୁଥିଲେ। ଯାହା ଚଳିତ ଶୀତ ଅଧିବେଶନରେ ଚରମ ସୀମାରେ ପହଞ୍ଚିଥିବା ବିରୋଧୀ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମେଣ୍ଟ ମଧ୍ୟରେ ମୁହାୀଁମୁହିଁ ସ୍ଥିତି ଉପୁଜିଥିଲା।