ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋମବାର ସୁନ୍ଦରଗଡ଼ ସଦରଥାନା ଅଧୀନ ରତନପୁର ଗ୍ରାମରେ। ମୃତ ଯୁବକ ହେଲେ ମନୋଜ ସା(୨୮)। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସେହି ଗ୍ରାମର ବିଜୟ ମହାନ୍ଦିଆ(୫୪)ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅଭିଯୁକ୍ତ ବିଜୟ […] The post ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା appeared first on Dharitri Odia News.

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋମବାର ସୁନ୍ଦରଗଡ଼ ସଦରଥାନା ଅଧୀନ ରତନପୁର ଗ୍ରାମରେ। ମୃତ ଯୁବକ ହେଲେ ମନୋଜ ସା(୨୮)।

ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସେହି ଗ୍ରାମର ବିଜୟ ମହାନ୍ଦିଆ(୫୪)ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅଭିଯୁକ୍ତ ବିଜୟ ସକାଳ ପ୍ରାୟ ୮ଟା ବେଳେ ଏକ ଛୁରି ଧରି ମନୋଜଙ୍କୁ ଅତର୍କିତ ଆକ୍ରମଣ କରି ପେଟରେ ଭୁସି ଦେଇଥିଲେ। ସ୍ଥାନୀୟ ଲୋକେ ମନୋଜଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା appeared first on Dharitri Odia News.