ଗାଁ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କଲା ବନବିଭାଗ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ନିକଟସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତିଙ୍କ ବାଡି ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି । ରାଜେଶଙ୍କ ପରିବାର ଲୋକେ ବାଡି ପୋଖରୀରେ କୁମ୍ଭୀର ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଟିମ୍ ପହଞ୍ଚି କୁମ୍ଭୀର ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । କୁମ୍ଭୀରକୁ ଉଦ୍ଧାର କରାଯାଇ ଭିତରକନିକାରେ ଛଡ଼ା ଯାଇଥିବାବେଳେ ବାଡି ପୋଖରୀରେ […] The post ଗାଁ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କଲା ବନବିଭାଗ appeared first on KNews Odisha.

ଗାଁ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କଲା ବନବିଭାଗ
crocodile

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ନିକଟସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତିଙ୍କ ବାଡି ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି । ରାଜେଶଙ୍କ ପରିବାର ଲୋକେ ବାଡି ପୋଖରୀରେ କୁମ୍ଭୀର ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଟିମ୍ ପହଞ୍ଚି କୁମ୍ଭୀର ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।

କୁମ୍ଭୀରକୁ ଉଦ୍ଧାର କରାଯାଇ ଭିତରକନିକାରେ ଛଡ଼ା ଯାଇଥିବାବେଳେ ବାଡି ପୋଖରୀରେ କୁମ୍ଭୀର ପଶିବାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି  । ଗତକାଲି ଆଳିରେ ନଦୀରେ ଗାଧୋଇବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ବେଳେ ଆଜି ଡାଙ୍ଗମାଳ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ତୁରନ୍ତ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

 

Also read :ଝିଅ ସାମ୍ନାରୁ ମା’କୁ ଝାମ୍ପିନେଲା କୁମ୍ଭୀର, ମା ଛେଉଣ୍ଡ ହୋଇଗଲେ ୨ ଝିଅ

The post ଗାଁ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କଲା ବନବିଭାଗ appeared first on KNews Odisha.