ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ ରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି । ସୂଚନା ଅନୁଯାୟୀ ମରେଇନୂଆଁ ଗାଁ ର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦିପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର ଏବଂ ସେହି ଗ୍ରାମର ଆଉ […] The post ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ appeared first on Dharitri Odia News.

ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ ରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି ।

ସୂଚନା ଅନୁଯାୟୀ ମରେଇନୂଆଁ ଗାଁ ର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦିପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର ଏବଂ ସେହି ଗ୍ରାମର ଆଉ ଜଣେ ୨ ବର୍ଷ ର ଶିଶୁ କନ୍ୟା ମିଶି ଆଜି ସକାଳ ୮ ଟା ସମୟରେ ଗାଁ ପୋଖରୀକୁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ଉକ୍ତ ତିନିଜଣ ଶିଶୁ ପାଣି ଭିତରେ ବୁଡ଼ି ଯାଇଥିଲେ। ତେବେ ଜଣେ ଶିଶୁ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ ।

ତେବେ ସେ ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ରାଜେନ୍ଦ୍ର ଶବର ତାଙ୍କର ଦୁଇ ଶିଶୁ ଘରକୁ ନ ଫେରିବା ଦେଖି ଦିନ ୧୧ ଟା ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ପୋଖରୀରେ ଖୋଜିବା ପରେ ପାଣି ଭିତରୁ ଗୁରୁତର ଅବସ୍ଥାରେ ଭାଇ ଭଉଣୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଦୁଇ ଶବକୁ ଜବତ କରି ୟୁଡି କେସ ନମ୍ବର ୧୬/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

The post ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ appeared first on Dharitri Odia News.