ଗାଁ ମଶାଣି ସଫାକଲେ ଅଞ୍ଚଳବାସୀ
ଦାରିଙ୍ଗବାଡ଼ି,୩।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ପୁଣି ଗାଁ ମଶାଣିକୁ ଗ୍ରାମବାସୀ ସଫା କରିଛନ୍ତି। ମଶାଣିକୁ ସଫା କରିବାକୁ ଗ୍ରାମବାସୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ପ୍ରକାରେ ପ୍ରତିବର୍ଷ ଭଳି ପୁଣି ଗାଁ ମଶାଣିକୁ ସଫା କରାଯିବ ବୋଲି ନିଷ୍ପତ୍ତି ପରେ ଗାଁରେ ମହିଳା, ପୁରୁଷ ଓ ଯୁବକମାନେ ଏକତ୍ରିତ ହୋଇ ସଫେଇ କରିଥିଲେ। ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ହାତରେ କୋଡ଼ି, […] The post ଗାଁ ମଶାଣି ସଫାକଲେ ଅଞ୍ଚଳବାସୀ appeared first on Dharitri Odia News.
ଦାରିଙ୍ଗବାଡ଼ି,୩।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ପୁଣି ଗାଁ ମଶାଣିକୁ ଗ୍ରାମବାସୀ ସଫା କରିଛନ୍ତି।
ମଶାଣିକୁ ସଫା କରିବାକୁ ଗ୍ରାମବାସୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ପ୍ରକାରେ ପ୍ରତିବର୍ଷ ଭଳି ପୁଣି ଗାଁ ମଶାଣିକୁ ସଫା କରାଯିବ ବୋଲି ନିଷ୍ପତ୍ତି ପରେ ଗାଁରେ ମହିଳା, ପୁରୁଷ ଓ ଯୁବକମାନେ ଏକତ୍ରିତ ହୋଇ ସଫେଇ କରିଥିଲେ। ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ହାତରେ କୋଡ଼ି, ଟାଙ୍ଗିଆ, କୁରଦଳୀ, ଦା’ ଧରି ଅଞ୍ଚଳବାସୀ ଲଟାବୁଦାକୁ ସଫେଇ କରିଥିଲେ।
ଆଗକୁ ବର୍ଷାଦିନ ଆସିଯିବ। ପ୍ରତିବର୍ଷ ଏହି ସମୟରେ ଏକତ୍ରିତ ହୋଇ ମଶାଣି ଭୂଇଁକୁ ଆଗୁଆ ସଫା କରିଦେଉଛୁ। ଫଳରେ ବର୍ଷା ଦିନରେ ହଇରାଣ ହେବୁନାହିଁ ବୋଲି କହିଛନ୍ତି।
ପ୍ରକାଶଯେ, ଦଡିବାଡ଼ି ଗ୍ରାମ ସମେତ ସ୍କୁଲସାହି, ଯହନପଲ୍ଲୀ, ଡଡଡମାହା, ଅଲାରୀ ଆଦି ଗ୍ରାମର ଲୋକମାନେ ଏହି ମଶାଣିରେ ମୃତଦେହ ସତ୍କାର କରିବା ପାଇଁ ବ୍ୟବହାର କରନ୍ତି । ଦଶନ୍ଧି ଦଶନ୍ଧି ଧରି ଏହି ମଶାଣିକୁ ବ୍ୟବହାର କରୁଥିବା ଅଞ୍ଚଳବାସୀ ଏବେ ମଶାଣି ଗୃହ ପାଇଁ ସରକାରଙ୍କୁ ନିବେଦନ କରିବା ସହ ମଶାଣିରେ ଆଲୁଅ ବ୍ୟବସ୍ଥା ସହ ପିଇବା ପାଣି, ପାଚେରି ଆଦି କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସେହିପରି ତହସିଲ ପକ୍ଷରୁ ଉକ୍ତ ଜମି ମଶାଣି ଭୂମି ଭାବେ ରେକର୍ଡଭୁକ୍ତ କରାଯାଉ ବୋଲି ନିବେଦନ କରାଯାଇଛି।
The post ଗାଁ ମଶାଣି ସଫାକଲେ ଅଞ୍ଚଳବାସୀ appeared first on Dharitri Odia News.