ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪.୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶେଷ ହୋଇଛି। ଏଥର ରାଜ୍ୟରେ ୭୪.୪୫ ପ୍ରତିଶତ ଭୋଟିଂ ହୋଇଛି। ପୋଷ୍ଟାଲ ବାଲକୁ ବାଦ୍ ଦେଇ ଏତିକି ପ୍ରତିଶତ ଭୋଟିଂ ହୋଇଛି ବୋଲି ସିଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ସବୁ ଜିଲ୍ଲା ଅପେକ୍ଷା ହାଇଭୋଲ୍‌ଟେଜ୍ ସମ୍ବଲପୁର ଲୋକସଭା ସିଟ୍‌ରେ ସର୍ବାଧିକ ୭୯.୫୦ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ତା ପଛକୁ କେନ୍ଦୁଝର ଲୋକସଭା ସିଟ୍‌ରେ ୭୮.୯୭ ପ୍ରତିଶତ, ଢେଙ୍କାନାଳ ଲୋକସଭା ସିଟ୍‌ରେ ୭୮.୦୧ ପ୍ରତିଶତ, ପୁରୀରେ ୭୫.୪୩  ପ୍ରତିଶତ, କଟକରେ ୭୧.୨୦ ପ୍ରତିଶତ ଭୋଟିଂ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ କମ୍‌ ଭୋଟିଂ ହୋଇଛି। ଭୁବନେଶ୍ୱରରେ ୬୪.୪୯ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏହା ଗତବର୍ଷ ଅପେକ୍ଷା ଅଧିକ ରହିଛି। ଭୁବନେଶ୍ୱର (ସେଣ୍ଟ୍ରାଲ)ରେ ୫୧.୨୩ ପ୍ରତିଶତ, ଉତ୍ତର ଭୁବନେଶ୍ୱରରେ ୫୩.୯୩ ପ୍ରତିଶତ ଓ ଏକାମ୍ର ଭୁବନେଶ୍ୱରରେ ୫୬.୪୨ ପ୍ରତିଶତ ମତଦାନ ହୋଇଛି।ସାରା ଦେଶରେ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ଦେଶରେ ୬୧.୧୧% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସୂଚନା ଥାଉକି ଓଡ଼ିଶାରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟିଂ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ ମୟୂରଭ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪.୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶେଷ ହୋଇଛି। ଏଥର ରାଜ୍ୟରେ ୭୪.୪୫ ପ୍ରତିଶତ ଭୋଟିଂ ହୋଇଛି। ପୋଷ୍ଟାଲ ବାଲକୁ ବାଦ୍ ଦେଇ ଏତିକି ପ୍ରତିଶତ ଭୋଟିଂ ହୋଇଛି ବୋଲି ସିଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସବୁ ଜିଲ୍ଲା ଅପେକ୍ଷା ହାଇଭୋଲ୍‌ଟେଜ୍ ସମ୍ବଲପୁର ଲୋକସଭା ସିଟ୍‌ରେ ସର୍ବାଧିକ ୭୯.୫୦ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ତା ପଛକୁ କେନ୍ଦୁଝର ଲୋକସଭା ସିଟ୍‌ରେ ୭୮.୯୭ ପ୍ରତିଶତ, ଢେଙ୍କାନାଳ ଲୋକସଭା ସିଟ୍‌ରେ ୭୮.୦୧ ପ୍ରତିଶତ, ପୁରୀରେ ୭୫.୪୩  ପ୍ରତିଶତ, କଟକରେ ୭୧.୨୦ ପ୍ରତିଶତ ଭୋଟିଂ ହୋଇଛି। 

ତେବେ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ କମ୍‌ ଭୋଟିଂ ହୋଇଛି। ଭୁବନେଶ୍ୱରରେ ୬୪.୪୯ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏହା ଗତବର୍ଷ ଅପେକ୍ଷା ଅଧିକ ରହିଛି। ଭୁବନେଶ୍ୱର (ସେଣ୍ଟ୍ରାଲ)ରେ ୫୧.୨୩ ପ୍ରତିଶତ, ଉତ୍ତର ଭୁବନେଶ୍ୱରରେ ୫୩.୯୩ ପ୍ରତିଶତ ଓ ଏକାମ୍ର ଭୁବନେଶ୍ୱରରେ ୫୬.୪୨ ପ୍ରତିଶତ ମତଦାନ ହୋଇଛି।


ସାରା ଦେଶରେ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ଦେଶରେ ୬୧.୧୧% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସୂଚନା ଥାଉକି ଓଡ଼ିଶାରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟିଂ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଓ ଏହି ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପାଇଁ ଭୋଟ୍ ଗ୍ରହଣ କରାଯିବ।