ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାନ୍ନପୁଲ୍ଲୀ ଗ୍ରାମର ପି. ନୀଳାମ୍ବର ରେଡ୍ଡୀ(୩୨) ଓ ରମ୍ଭା ଥାନା ଅଧିନସ୍ଥ କାର୍ତ୍ତିକଡ଼ି ଗ୍ରାମ ଆର୍‌ ବିନୋଦ ରେଡ୍ଡୀ (36) ବୋଲି ବ୍ରହ୍ମପୁର ଏସ୍‌ପି ପ୍ରେସ୍‌ ରିଲିଜରେ ବୁଧବାର ସୂଚନା ଦେଇଛନ୍ତି। ସୂଚନାନୁସାରେ ପାନାପୁଲ୍ଲୀ ଗ୍ରାମ ଟି.ଜୟ ଜଗନ୍ନାଥ ରେଡ୍ଡୀ ଗ୍ରାମ ମୁଖ୍ୟ […] The post ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାନ୍ନପୁଲ୍ଲୀ ଗ୍ରାମର ପି. ନୀଳାମ୍ବର ରେଡ୍ଡୀ(୩୨) ଓ ରମ୍ଭା ଥାନା ଅଧିନସ୍ଥ କାର୍ତ୍ତିକଡ଼ି ଗ୍ରାମ ଆର୍‌ ବିନୋଦ ରେଡ୍ଡୀ (36) ବୋଲି ବ୍ରହ୍ମପୁର ଏସ୍‌ପି ପ୍ରେସ୍‌ ରିଲିଜରେ ବୁଧବାର ସୂଚନା ଦେଇଛନ୍ତି।

ସୂଚନାନୁସାରେ ପାନାପୁଲ୍ଲୀ ଗ୍ରାମ ଟି.ଜୟ ଜଗନ୍ନାଥ ରେଡ୍ଡୀ ଗ୍ରାମ ମୁଖ୍ୟ ରୂପେ କାର୍ଯ୍ୟ କରନ୍ତି। ଗତ ୧୦ ତାରିଖ ସକାଳେ ବାଇକ୍‌ରେ ତୁଳୁରୁ ଗ୍ରାମକୁ ଜୟ ଫେରୁଥିବା ବେଳେ ସେହି ଗ୍ରାମର ନୀଳାମ୍ବର ତାଙ୍କ ଭିଣୋଇ ମିଶି ମଝିରେ ଅଟକାଇ ଲୁହା ରଡ୍‌ ଓ ହାତୁଡ଼ିରେ ମରଣାନ୍ତକ ଆକ୍ରମଣ କରି ଉଭୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଓ ପରିବାର ଲୋକେ ଆହତ ଜୟଙ୍କୁ ଉଦ୍ଧାର କରି କେଳୁଆପୁଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଜୟଙ୍କୁ ନେଇଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ଅପରାହ୍ନରେ ଜୟ ଲିଖିତ ଅଭିଯୋଗ କରିଥିଲେ।  କେସ୍‌ ନଂ ୧୦୩/୨୪ ଅନୁଯାୟୀ, ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ନୀଳାମ୍ବର ଓ ବିନୋଦ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା। ବୁଧବାର ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ନୀଳାମ୍ବରଙ୍କ ନାଁରେ  ୨୦୨୦ରେ ଗୋଳନ୍ଥରା ଥାନାରେ ଗୋଟିଏ ମାମଲା ଥିବା ବେଳେ ବିନୋଦଙ୍କ ନାଁରେ ମଧ୍ୟ ରମ୍ଭା ଥାନାରେ ଗୋଟିଏ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି।

The post ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.