ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ
କିଭ୍,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇପାରିବ ବୋଲି କହିଛନ୍ତି। ଅବଶ୍ୟ ପୂର୍ବ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରି ନ ଥିବା ଦେଶରେ ଏହି ସମ୍ମିଳନୀ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି କହିଛନ୍ତି। ଜୁନ ମାସରେ ସ୍ବିଜରଲ୍ୟାଣ୍ଡର ଲୁସେର୍ନ […] The post ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ appeared first on Dharitri Odia News.
କିଭ୍,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇପାରିବ ବୋଲି କହିଛନ୍ତି। ଅବଶ୍ୟ ପୂର୍ବ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରି ନ ଥିବା ଦେଶରେ ଏହି ସମ୍ମିଳନୀ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି କହିଛନ୍ତି।
ଜୁନ ମାସରେ ସ୍ବିଜରଲ୍ୟାଣ୍ଡର ଲୁସେର୍ନ ନିକଟସ୍ଥ ଏକ ରିସୋର୍ଟରେ ଏହି ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ୯୦ରୁ ଅଧିକ ଦେଶ ତଥା ବିଶ୍ୱସ୍ତରୀୟ ଅନୁଷ୍ଠାନ ଯୋଗ ଦେଇଥିଲେ ଏବଂ ୟୁକ୍ରେନକୁ ଶାନ୍ତି ଆଣିବା ଉପରେ ଏକମାତ୍ର ଧ୍ୟାନ ଦିଆଯାଇଥିଲା। ଭାରତ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲା, କିନ୍ତୁ ଆଲୋଚନାରୁ ବାହାରିଥିବା ନିଷ୍କର୍ସ ସହିତ ନିଜକୁ ଯୋଡ଼ିବାକୁ ମନା କରିଦେଇଥିଲା।
ଏକ ଗଣମାଧ୍ୟମ ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, ଯେତେ ଦୂର ଶାନ୍ତି ସମ୍ମିଳତ୍ର କଥା ଉଠୁଛି, ମୋର ବିଶ୍ୱାସ ଯେ ଦ୍ୱିତୀୟ ଶାନ୍ତି ସମ୍ମିଳନୀ ହେବା ଉଚିତ୍। ଯଦି ଏହା ଗ୍ଲୋବାଲ ସାଉଥ ର ଗୋଟିଏ ଦେଶରେ ଅନୁଷ୍ଠିତ ହୋଇପାରେ ତେବେ ଏହା ଭଲ ହେବ। ସେ କହିଛନ୍ତି, ଆମେ ବର୍ତ୍ତମାନ ସାଉଦି ଆରବ, କତାର, ତୁର୍କୀ ଏବଂ ସ୍ବିଜରଲ୍ୟାଣ୍ଡ ଭଳି ଦେଶ ସହିତ କଥାବାର୍ତ୍ତା କରୁଛୁ। ଜେଲେନସ୍କି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ଯେ, ଆମେ ଭାରତରେ ଏକ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ କରିପାରିବା। ଏହା ଏକ ବଡ ଦେଶ ଏବଂ ସବୁଠାରୁ ବଡ ଗଣତନ୍ତ୍ର।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ଜାରି ରହିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ସମୟ ନଷ୍ଟ ନ କରି ଉଭୟ ୟୁକ୍ରେନ-ରୁଷିଆ ଏକାଠି ବସିବା ଉଚିତ। ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।
ମୋଦୀ କହିଛନ୍ତି, ମୁଁ ଶାନ୍ତିର ବାର୍ତ୍ତା ଆଣିଛି। ମୁଁ ଆପଣଙ୍କୁ ଏବଂ ସମଗ୍ର ବିଶ୍ୱ ସମୁଦାୟକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା (ରାଜ୍ୟଗୁଡିକ)କୁ ସମ୍ମାନ ଦେବା ପାଇଁ ଭାରତ ପ୍ରତିବଦ୍ଧ ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
The post ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ appeared first on Dharitri Odia News.