ଗାଁ ମୁଣ୍ଡ ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା କୁଦପାଲିଗାଁରେ ଅଘଟଣ। ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା। ସୋମବାର ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲୁଥିବା ବେଳେ ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିଲା। ଦମ୍ପତିଙ୍କ ମୃତଦେହ ନିକଟରେ ଏକ ବାଲଟି ପଡ଼ିଥିଲା। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ […]

ଗାଁ ମୁଣ୍ଡ ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା କୁଦପାଲିଗାଁରେ ଅଘଟଣ। ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା। ସୋମବାର ଗାଁ ମୁଣ୍ଡରେ ଥିବା ଏକ ନିମ୍ବ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲୁଥିବା ବେଳେ ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିଲା। ଦମ୍ପତିଙ୍କ ମୃତଦେହ ନିକଟରେ ଏକ ବାଲଟି ପଡ଼ିଥିଲା।

ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ି ନାହିଁ। ଟିମ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି ପୁଲିସ ଓ ସାଇଣ୍ଟିଫିକ ।