ଗାଁ ଶ୍ମଶାନରେ ପୋତିଦେଇ ଆସିଥିଲେ ମା’ଙ୍କ ଶବ, ଦଶାହ କର୍ମ ବେଳକୁ ମୃତଦେହ ଗାଏବ

ଭଦ୍ରକ ୧୦।୪: ମଶାଣିରୁ ଶବ ଚୋରି ଅଭିଯୋଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ନିକଟରେ ଏଭଳି ଦେଖିବାକୁ ମିଳିଛି । ମଶାଣିରୁ ଶବ କିଏ ନେଇଛି ତାହା ଏବେବି ଅସ୍ପଷ୍ଟ ରହିଛି । ଅଭିଯୋଗ ଅନୁଯାୟୀ, ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତଦେହକୁ ଗାଁ ନିକଟ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା । ତେବେ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ମା’ଙ୍କ ଶବ ପୋତିଥିବା ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ପୁଅ ତାପସ ଓ ସମ୍ପର୍କୀୟ । ତେବେ ତାପସ ସେଠାରେ ପହଞ୍ଚି ଦେଖିଲେ ମା’ଙ୍କ ଶବ ପୋତା ସ୍ଥାନ ଖୋଳାଯାଇଛି । ସମ୍ପର୍କୀୟ ଓ ଗାଁ ଲୋକ ଅନେକ ଖୋଜାଖୋଜି କଲେ କିନ୍ତୁ ଶବ ମିଳିଲା ନାହିଁ । ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାତ ନିକଟରୁ ଶବଟିକୁ ଘୋଷାଡି ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ନେଇ ମୃତ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।You Can Read:ଜାଲ୍ ନୋଟ୍ କାରବାର ନେଇ STFର ଖୋଳତାଡ଼, ଟିଟିଲାଗଡ଼ର ଟେଣ୍ଟ ହାଉସ୍ ମାଲିକ ଓ ସହଯୋଗୀ ଗିରଫ 

ଗାଁ ଶ୍ମଶାନରେ ପୋତିଦେଇ ଆସିଥିଲେ ମା’ଙ୍କ ଶବ, ଦଶାହ କର୍ମ ବେଳକୁ ମୃତଦେହ ଗାଏବ

ଭଦ୍ରକ ୧୦: ମଶାଣିରୁ ଶବ ଚୋରି ଅଭିଯୋଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ନିକଟରେ ଏଭଳି ଦେଖିବାକୁ ମିଳିଛି । ମଶାଣିରୁ ଶବ କିଏ ନେଇଛି ତାହା ଏବେବି ଅସ୍ପଷ୍ଟ ରହିଛି । 

ଅଭିଯୋଗ ଅନୁଯାୟୀ, ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତଦେହକୁ ଗାଁ ନିକଟ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା । ତେବେ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ମା’ଙ୍କ ଶବ ପୋତିଥିବା ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ପୁଅ ତାପସ ଓ ସମ୍ପର୍କୀୟ । ତେବେ ତାପସ ସେଠାରେ ପହଞ୍ଚି ଦେଖିଲେ ମା’ଙ୍କ ଶବ ପୋତା ସ୍ଥାନ ଖୋଳାଯାଇଛି । ସମ୍ପର୍କୀୟ ଓ ଗାଁ ଲୋକ ଅନେକ ଖୋଜାଖୋଜି କଲେ କିନ୍ତୁ ଶବ ମିଳିଲା ନାହିଁ । 

ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାତ ନିକଟରୁ ଶବଟିକୁ ଘୋଷାଡି ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ନେଇ ମୃତ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

You Can Read:

ଜାଲ୍ ନୋଟ୍ କାରବାର ନେଇ STFର ଖୋଳତାଡ଼, ଟିଟିଲାଗଡ଼ର ଟେଣ୍ଟ ହାଉସ୍ ମାଲିକ ଓ ସହଯୋଗୀ ଗିରଫ