ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ
ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ମଙ୍ଗଳବାର ଆମ୍ବୁଲାନ୍ସ ଗ୍ରାମକୁ ଯାଇ ନ ପବାରୁ ଗ୍ରାମବାସୀ ଏକ ମୃତଦେହକୁ ୯ କି.ମି. କାନ୍ଧରେ ବୋହି ଗ୍ରାମକୁ ନେଇଥିଲେ। ଗଜପତି ଜିଲା ଗୁମ୍ମା ବ୍ଲକ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଖବରରୁ ଜଣାପଡିଛି, ବାରୁସିଂ ଗ୍ରାମର […] The post ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ appeared first on Dharitri Odia News.
ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ମଙ୍ଗଳବାର ଆମ୍ବୁଲାନ୍ସ ଗ୍ରାମକୁ ଯାଇ ନ ପବାରୁ ଗ୍ରାମବାସୀ ଏକ ମୃତଦେହକୁ ୯ କି.ମି. କାନ୍ଧରେ ବୋହି ଗ୍ରାମକୁ ନେଇଥିଲେ। ଗଜପତି ଜିଲା ଗୁମ୍ମା ବ୍ଲକ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ଖବରରୁ ଜଣାପଡିଛି, ବାରୁସିଂ ଗ୍ରାମର ରାଜେଶ ରଈତ (୨୫) ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ରବିବାର ରାଜେଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ଆମ୍ବୁଲାନ୍ସରେ ହାଇଦ୍ରାବାଦରୁ ଗ୍ରାମକୁ ଅଣାଯାଇଥିଲା। ମାତ୍ର ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇ ପାରିଲାନି। ଫଳରେ ୯ କି.ମି. ଦୂରରେ ମୃତଦେହ ରହିଥିଲା। ଗ୍ରାମବାସୀ କାନ୍ଧରେ ଭାର କରି ମୃତଦେହକୁ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ଗ୍ରାମକୁ ନେଇଥିଲେ। ଗ୍ରାମକୁ ପକ୍କା ରାସ୍ତାଟିଏ କରିବାକୁ ଗ୍ରାମବାସୀ ବିଡ଼ିଓଙ୍କଠାରୁ ଆରମ୍ଭ କରି ଜିଲାପାଳ ଏବଂ ବିଭିନ୍ନ ଜନଅଭିଯୋଗ ଶୁଣାଣିରେ ଜଣାଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ ଦିସ ରଈତ, ଏବି ରଈତ,ଏଜିକେଲ ରଈତ, ବିଶ୍ୱନାଥ ରଈତଙ୍କ ସହ ଅନ୍ୟମାନେ କହିଛନ୍ତି। ସୂଚନାଯୋଗ୍ୟ, ଗ୍ରାମରେ ରାଜେଶଙ୍କ ସ୍ତ୍ରୀ ଓ ୮ମାସର ସନ୍ତାନ ରହିଛନ୍ତି।
The post ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ appeared first on Dharitri Odia News.