ଗାଁକୁ ପଶିଲେ ଜଙ୍ଗଲୀ ହାତୀ, ଅଞ୍ଚଳବାସୀ ଆତଙ୍କିତ, ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ
ନୀଳଗିରି: ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକରେ ହାତୀ ଆତଙ୍କ। ମୟୁରଭଞ୍ଜ ପଟୁ ଆସିଥିବା ଏହି ହାତୀ ବ୍ଲକର ବାଲଗୋପାଳପୁର ଏବଂ ସିରେଇପୁର ଗାଁରେ ବୁଲୁଥିବା ଜଣାପଡ଼ିଛି। ସେପଟେ ଗାଁକୁ ହାତୀଙ୍କ ପ୍ରବେଶ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅବଶ୍ୟ ବନ ବିଭାଗ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛି। ସୂଚନାଥାଉକି, ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଅନେକ ଝାଡ଼ଖଣ୍ଡ ହାତୀ ଥିବାବେଳେ ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଯିବା ଆସିବା କରିଥାନ୍ତି। ତେବେ ଦୁଇଟି ହାତୀ ବାଟବଣା ହୋଇ ବାଲଗୋପାଳପୁର ଅଞ୍ଚଳରେ ପଶି ଯାଇଥିବା ଅନୁମାନ କରାଯାଉଛି।
ନୀଳଗିରି: ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକରେ ହାତୀ ଆତଙ୍କ। ମୟୁରଭଞ୍ଜ ପଟୁ ଆସିଥିବା ଏହି ହାତୀ ବ୍ଲକର ବାଲଗୋପାଳପୁର ଏବଂ ସିରେଇପୁର ଗାଁରେ ବୁଲୁଥିବା ଜଣାପଡ଼ିଛି। ସେପଟେ ଗାଁକୁ ହାତୀଙ୍କ ପ୍ରବେଶ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅବଶ୍ୟ ବନ ବିଭାଗ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛି।
ସୂଚନାଥାଉକି, ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଅନେକ ଝାଡ଼ଖଣ୍ଡ ହାତୀ ଥିବାବେଳେ ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଯିବା ଆସିବା କରିଥାନ୍ତି। ତେବେ ଦୁଇଟି ହାତୀ ବାଟବଣା ହୋଇ ବାଲଗୋପାଳପୁର ଅଞ୍ଚଳରେ ପଶି ଯାଇଥିବା ଅନୁମାନ କରାଯାଉଛି।