ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍‌ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼

ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼ ହୋଇଛି। ଆଜି ସନ୍ଧ୍ୟା ବେଳେ ଜନଗହଳୀ ପୂର୍ଣ୍ଣ କଟକ ଟାଉନ୍‌ର ମାଣିକ ବଜାରରେ ଘଟିଛି ଏପରି ହୃଦୟବିଦାରକ ଘଟଣା। ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍‌ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ବେକ ଓ ଦେହକୁ ବାରମ୍ୱାର ଭୁଷି ଥିଲେ। ସେହି ରାସ୍ତାରେ ଯାଉଥିବା ଲୋକମାନେ ପ୍ରଥମେ କିଛି ବୁଝି ପାରିନଥିଲେ। ତେବେ ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସେଠାକୁ ଧାଇଁ ଆସିଥିଲେ। ଲୋକଙ୍କ ଗହଳି ଦେଖି ଯୁବକ ଜଣକ ଚମ୍ପଟ ମାରିଥିଲା।

ରକ୍ତ ଜୁଡୁବୁଡୁ ହୋଇଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକେ ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମେଡିକାଲ୍‌ରେ ପହଞ୍ଚି ଯୁବତୀଙ୍କ ବୟାନ୍‌ ରେକର୍ଡ କରିଛି। ଯୁବତୀଙ୍କ ତଥ୍ୟ ଆଧାରରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି।